ରାସ୍ତାରେ ହାତୀ ଆତଙ୍କିତ ବସ ଯାତ୍ରୀ
ଭବାନୀପାଟଣା : କଳାହାଣ୍ଡି ଜିଲା କରଲାପାଟ ଅଭୟାରଣ୍ୟ ମଧ୍ୟ ଦେଇ ଯାଇଥିବା ରାମପୁରରୁ ଭବାନୀପାଟଣା ରାସ୍ତାରେ କିଆପଦର ନିକଟରେ ବୀଚ ରାସ୍ତାରେ ମଙ୍ଗଳବାର ଦନ୍ତାହାତୀ ଦେଖିବାକୁ ମିଳିଥିଲା । ରାସ୍ତାରେ ହାତୀ ଯୋଗୁଁ ଯାଉଥିବା ଏକ ଯାତ୍ରୀବାହୀ ବସ ପ୍ରାୟ ୨ ଘଣ୍ଟା ଅଟକି ରହିଥିବା ଜଣାପଡିଛି । ବସରେ ପ୍ରାୟ ୪୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ। ବସଟି ଥୁଆମୂଳ ରାମପୁରରୁ ଭବାନୀପାଟଣା ଯାଉଥିଲା। ହାତୀଟି ରାସ୍ତାରେ ରହିବାରୁ ବସଟି ପ୍ରାୟ ୨ ଘଣ୍ଟା ଅଟକିଥିଲା। ରାସ୍ତାରେ ହାତୀକୁ ଦେଖି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ପରେ ହାତୀ ଜଙ୍ଗଲ ମଧ୍ୟକୁ ଯିବା ପରେ ବସଟି ନିଜ ଗନ୍ତବ୍ୟ ସ୍ଥଳକୁ ଯାଇଥିଲା ।


