ରାସ୍ତା ଅବସ୍ଥା ଶୋଚନୀୟ : ଅଂଚଳବାସୀ ହନ୍ତସନ୍ତ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଗଂଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ନିର୍ବାଚନ ମଣ୍ଡଳୀର ଛତ୍ରପୁର ବ୍ଲକ୍ ର ଦୁଇଟି ରାସ୍ତା ର ଅବସ୍ଥା ଶୋଚନୀୟ ନେଇ ଅଂଚଳବାସୀ ହନ୍ତସନ୍ତ ହେଉଛନ୍ତି । ଏହାର ତୁରନ୍ତ କାର୍ଯ୍ୟକ୍ଷମ ପାଇଁ ଦାବୀ କରିଛନ୍ତି । ଦୀର୍ଘ ଦିନ ହେଲା ଆଇଆରଇ ଠାରୁ ବଡ଼ପୁଟି, ବାସନାପୁଟି, ଉପୁଲାପୁଟି ରାସ୍ତା ର ଅବସ୍ଥା ଶୋଚନୀୟ ହୋଇରହିଁଛି । । ଯାହାଫଳରେ ଏହି ରାସ୍ତା ଦେଇ ହଜାର ହଜାର ଲୋକ ଯାତାୟତ କରୁଥିବା ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଆଜି ପର୍ଯ୍ୟନ୍ତ କୌଣସି ଜନପ୍ରତିନିଧିଙ୍କ ନଜର ପଡ଼ୁନାହିଁ । ଏହି ଖରାପ ରୋଡଦେଇ ସ୍କୁଲ ଏବଂ କଲେଜକୁ ବହୁ ଛାତ୍ରଛାତ୍ରୀ ଯାତାୟତ କରୁଥିବା ବେଳେ ବହୁ ରୋଗୀଙ୍କ ମେଡ଼ିକାଲ ଯାତାୟତରେ ମଧ୍ୟ ବହୁ ହଇରାଣ ହେଉଛନ୍ତି । ତେଣୁ ଏହି ରୋଡ୍ ର ତୁରନ୍ତ ନିର୍ମାଣ କରିବା ନିମନ୍ତେ ଦାବି ହୋଇଛି । ସେହିପରି ଚମାଖଣ୍ଡି ହରିପୁର ଦେଇ ଯାଇଥିବା ରୋଡ୍ ଟି ମଧ୍ୟ ଦୀର୍ଘ ଦିନ ହେଲା ଶୋଚନୀୟ ଅବସ୍ଥାରେ ରହିଛି । ଫଳରେ ଅଂଚଳବାସୀମାନେ ଗମନା ଗମନଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହି ଦୁଇଟି ରୋଡ୍ ତୁରନ୍ତ ନିର୍ମାଣ କରିବା ନିମନ୍ତେ ଅଂଚଳବାସୀଙ୍କ ପକ୍ଷରୁ ଛତ୍ରପୁର ବିଧାୟକ ଶ୍ରୀ ସୁବାସ ଚନ୍ଦ୍ର ବେହେରାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଏସଂପର୍କରେ ଛତ୍ରପୁର ବିଧାୟକଙ୍କୁ ପଚାରିବାରୁ ସେ କହିଥିଲେ ଯେ ଦୁଇଟି ରୋଡ୍ ନିର୍ମାଣ ନିମନ୍ତେ ମୋ ନଜରକୁ ଆସିଛି ମୁଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଖୁବ୍ ଶୀଘ୍ର ଯେପରି କାର୍ଯ୍ୟକ୍ଷମ ହୋଇ ପାରିବ ସେଥି ପ୍ରତି ଧ୍ୟାନ ଦେବି ବୋଲି ବିଧାୟକ ଶ୍ରୀ ବେହେରା କହିଥିଲେ ।


