୫୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ଚାରି ଗିରଫ।
ଜୟପୁର,(ଓ୍ବାଇଏନ୍ଏସ୍) : ସଦର ପୋଲିସ କୁ ମିଳିଲା ପୁଣି ଏକ ବଡସଫଳତା । କୋରାପୁଟ ଜିଲ୍ଲା ର ଜଲାପୁଟ ଠାରୁ ବିହାର କୁ ଏକ ଟ୍ରକ ଯୋଗେ ହେଉଥଲା ଗଞ୍ଜେଇ ର ଚୋର ଚାଲାଣ। ଆଉ ଠିକ ଏତିକି ବେଳେ ଜୟପୁର ସଦର ଥାନା ଅଧିକାରୀ ଆଦିତ୍ୟ ମହାକୁର କୌଣସି ସୁତରୁ ଖବର ପାଇ ପୋଲିସ ଟିମ ଯୋଗେ ପାତ୍ର ପୁଟ ରେ ପହଞ୍ଚି ଏକ ଟ୍ରକ ଓ ଗୋଟିଏ ବୋଲେର କୁ ଯାଞ୍ଚ କରିଥିଲେ। ଯାଞ୍ଚ ପରେ ଟ୍ରକ ରେ ୧୮୧ ଟି ଗଞ୍ଜେଇ ପକେଟ ବୋଝେଇ ହୋଇଥିବା ଜଣାପଡିଥିଲା । ସମସ୍ତ ଗଞ୍ଜେଇ କୁ ଜବତ କରିଛି ପୋଲିସ ଜବତ ଗଞ୍ଜେଇ ପରିମାଣ ୯୩୭.୨୦୦କେଜି ।ଆଉ ତାହାର ବଜାର ମୂଲ୍ୟ ୫୦ଲକ୍ଷ ଟଙ୍କା ହେବ, ବୋଲି ଏକ ପ୍ରେସମୀଟ ଯୋଗେ ସୂଚନା ଦେଇଛନ୍ତି ଜୟପୁର SDPO । ଗଞ୍ଜେଇ ଚାଲାଣ ରେ ବ୍ୟବହୃତ, ପଶ୍ଚିମ ବଙ୍ଗ ର ଏକ ଟ୍ରକ୍ ଓ ଓଡ଼ିଶା ର ଏକ ବୋଲେରୋ ଗାଡି କୁ ସିଜ କରିଛି ପୋଲିସ ଗଞ୍ଜେଇ ଚାଲାଣ ରେ ଜଡିତ ଥିବା ୪ ଜଣ କୁ ଗିରଫ କରାଯାଇଛି। ଗିରଫ ଚାରି ଜଣ ହେଲେ ଜଲାପୁଟ ର ସୁଦର୍ଶନ ପାଣିଗ୍ରାହୀ,ସିମିଳିଗୁଡା ର ଚନ୍ଦ୍ର ଶେଖର ଖରା, ସୁର୍ମି ର ରଞ୍ଜନ ଗଡଙ୍ଗା ଓ ଗପିନାଥ ନିର୍କି । ଏମାନଙ୍କ ନିକଟରୁ ୭ଟି ମୋବାଇଲ,ସମେତ ୩ଲକ୍ଷ ୧୦ ହଜାର ନଗଦ ଟଙ୍କା ଜବତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଜୟପୁର SDPO ବରୁଣ ଗୁଣ୍ଠୁପାଲି।


