ରୋଗୀ କଲ୍ୟାଣ ସମିତି ର ପରିଚାଳନା କମିଟି ବୈଠକ

ଛତ୍ରପୁର,(ଦେବଦତ୍ତ ମହାରଣା) : ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୋଗୀ କଲ୍ୟାଣ ସମିତି ର ପରିଚାଳନା କମିଟି ବୈଠକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସୋମବାର ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ରୋଗୀମାନଙ୍କୁ ଉଚିତ୍ ସେବା ଯୋଗାଇଦେବା ନିମନ୍ତେ ବିଧାୟକ ଶ୍ରୀ ବେହେରା ପରାମର୍ଶ ଦେଇଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ର ର ପାରିପାଶ୍ୱର୍ିକ ଉନ୍ନତି ସହ କାୟାକଳ୍ପ ରେ କିପରି ଜିଲ୍ଲାର ଶୀର୍ଷ ସ୍ଥାନ ଅଧିକାର କରିବେ ସେଥି ନିମନ୍ତେ ସମସ୍ତେ ଗୁରୁତ୍ୱ ଦେବାକୁ ବିଧାୟକ ଶ୍ରୀ ବେହେରା କହିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ର ରେ ଗୁରୁତର ରୋଗୀମାନଙ୍କୁ ଉଚିତ୍ ସେବା ଯୋଗାଇଦେବା ନିମନ୍ତେ ଆଉ ଗୋଟିଏ ଆମ୍ବୁଲାନ୍ସ ର ଆବଶ୍ୟକତା ଥିବାରୁ ବିଧାୟକ ଏନେଇ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କ ସହିତ ଆଲୋଚନା କରିବେ ବୋଲି କହିଥିଲେ । ଆବଶ୍ୟକତା ଅନୁଯାୟୀ ଷ୍ଟାଫନର୍ସ,ଡାକ୍ଟର ଓ ସ୍ଥାୟୀ ଫାର୍ମାଷିଷ୍ଟ ପଦବୀ ପୂରଣ କରିବା ନିମନ୍ତେ କମିଟିର ସଭ୍ୟ ମାନେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ସହିତ ସଭାଗୃହ ନିର୍ମାଣ,ଖୋଲା ସ୍ଥାନରେ ବଗିଚା ନିର୍ମାଣ କରିବା,ନୂତନ ଉପକରଣ କ୍ରୟ ନିମନ୍ତେ ବିଭିନ୍ନ ପ୍ରସ୍ତାବ ଗୁଡିକ ଆଗତ ହୋଇଥିଲା । ପୂର୍ବ ବୈଠକର ପ୍ରସ୍ତାବ ଗୁଡିକ ଆଜିର ବୈଠକରେ ଅନୁମୋଦିତ କରାଯାଇଥିବା ବେଳେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ର ଅଧ୍ୟକ୍ଷ ଡାକ୍ଟର କାହ୍ନୁ ଚରଣ ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ବିପିଏମ ସିମାଂଚଳ ପ୍ରଧାନ ବାର୍ଷିକ ଖର୍ଚ୍ଚର ହିସାବ ପ୍ରଦାନ କରିଥିବା ବେଳେ ପ୍ରାରମ୍ଭରେ ସ୍ୱାସ୍ଥ୍ୟ କେନ୍ଦ୍ର ର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡି.ବିଡିଓ ଅମ୍ବିକା ପ୍ରସାଦ ଦାଶ,ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ,ଏବିଇଓ ନୃସିଂହ ଚରଣ ମିଶ୍ର,ପୋଟ୍ଟଲାମପୁର ସରପଂଚ ସୁବାସିନି ବାରିକ,କମିଟିର ସଭ୍ୟ ସମ୍ଭୁନାଥ ସ୍ୱାଇଁ,ସୁକାନ୍ତ ନାହାକ,ପ୍ରବାସୀ ପ୍ରଧାନ,ଡାକ୍ତର ସନ୍ତୋଷିନୀ ସେଠୀ,ଡାକ୍ତର ଜ୍ଞାନେନ୍ଦ୍ର ପାତ୍ର,ଡାକ୍ତର ଅଜିତ୍ ନାୟକ,ଡାକ୍ତର ଚନ୍ଦ୍ର ଶେଖର ମିଶ୍ରଙ୍କ ସମେତ ବହୁ ସଭ୍ୟମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ