ରୋଟାରୀ ଜିଲ୍ଲା କ୍ରିକେଟ ଲିଗ-୨୦୨୧ ଉଦ୍‌ଯାପିତ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ରେଲୱେ ଷ୍ଟାଡ଼ିୟମଠାରେ ରୋଟାରୀ ଆନ୍ତର୍ଜାତୀୟ ଜିଲ୍ଲା ୩୨୬୨ ଆନୁକୁଲ୍ୟରେ ରୋଟାରୀ ଜିଲ୍ଲା କ୍ରିକେଟ ଲିଗ୍‌-୨୦୨୧ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ରୋଟାରୀ ଜିଲ୍ଲାକୁ ଭୁବନେଶ୍ୱର, କଟକ, ପୁରୀ ଓ ବରହମପୁର ଏହିପରି ଚାରିଗୋଟି ଜୋନରେ ବିଭକ୍ତ କରାଯାଇ ମ୍ୟାଚ ଆୟୋଜିତ ହୋଇଥିଲା । କେନ୍ଦ୍ରାଞ୍ଚଳ ଆର.ଡ଼ି.ସି. ଅନିଲ କୁମାର ସାମଲ ଓ ରୋଟାରୀ ଡ଼ି.ଜି. ସୌମ୍ୟରଞ୍ଜନ ମିଶ୍ର, ପିଡ଼ିଜି ଶିବ ଦାସ, ଡ଼ିଜିଏନ୍ ପ୍ରଭୁଦତ୍ତ ସୁବୁଦ୍ଧିଙ୍କ ଦ୍ୱାରା ଉଦ୍‌ଘାଟିତ ଏହି ଆଠ ଓଭର ବିିଶିଷ୍ଟ ପ୍ରଥମ ମ୍ୟାଚରେ ପୁରୀ ଜୋନକୁ ୩୬ ରନରେ ହରାଇ ଭୁବନେଶ୍ୱର ଜୋନ ଫାଇନାଲକୁ ଉନ୍ନିତ ହୋଇଥିଲା । ସେହିପରି ଦ୍ୱିତୀୟ ମ୍ୟାଚରେ ବରହମପୁର ଜୋନକୁ ୪୭ ରନରେ ପରାସ୍ତ କରି କଟକ ଜୋନ ଫାଇନାଲରେ ଭୁବନେଶ୍ୱରକୁ ଭେଟିଥିଲା । ଫାଇନାଲ ମ୍ୟାଚରେ ଓପନିଂ ବ୍ୟାଟ୍ସ ମ୍ୟାନ ସଞ୍ଜୀବ ଓ ବିଶ୍ୱଜିତଙ୍କ ଧୁଆଁଧାର ବ୍ୟାଟିଂ ଜରିଆରେ ଭୁବନେଶ୍ୱର ଜୋନ ୩ ୱିକେଟ ହରାଇ ୭୯ ରନ ସଂଗ୍ରହ କରିଥିଲା । ପ୍ରାରମ୍ଭରୁ ବ୍ୟାଟିଂ ବିପର୍ପ୍ୟୟର ସାମ୍ନା କରିଥିବା କଟକ ଜୋନ ୬ ୱିକେଟ ହରାଇ ୬୯ ରନ ସଂଗ୍ରହ କରି ଭୁବନେଶ୍ୱର ଜୋନ ଠାରୁ ୧୦ ରନରେ ପରାଜିତ ହୋଇଥିଲା । ସମାପନ ଉତ୍ସବରେ ରୋଟରୀ ଡ଼ିଜି ସୌମ୍ୟରଞ୍ଜନ ମିଶ୍ର ଓ ଡ଼ିଜିଏନ୍ ତାପସ କୁମାର ପାଣିଗ୍ରାହୀ ଯୋଗଦେଇ ବିଜେତା ଭୁବନେଶ୍ୱର ଜୋନକୁ ବିଜୟୀ ସିଲ୍ ଓ କଟକ ଜୋନକୁ ରନର୍ସ ଅପ୍ କପ ପ୍ରଦାନ କରିଥିବା ବେଳେ ମ୍ୟାନ୍ ଅଫ ଦି ସିରିଜ ଭାବେ ଭୁବନେଶ୍ୱର ଜୋନର ସଞ୍ଜୀବ କୁମାର ପ୍ରଧାନ, ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ କଟକ ଜୋନର ରଶ୍ମୀରଞ୍ଜନ ରାୟ ଓ ଶ୍ରେଷ୍ଠ ବୋଲର ଭାବେ ଭୁବନେଶ୍ୱର ଜୋନର ଶୁଭକାନ୍ତ ସାମନ୍ତସିଂହାରଙ୍କୁ କପ ପ୍ରଦାନ କରାଯାଇଥିଲା । ମୁଖ୍ୟ ଉପଦେଷ୍ଟା ସଞ୍ଜୟ କୁମାର ଚୌଧୁରୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ମ୍ୟାଚ୍‌କୁ ସଂଯୋଜକ ଅର୍ଜୁନ କୁମାର ସାହୁ, ମିଡ଼ିଆ ସେଲ ଅଧ୍ୟକ୍ଷ ବିଭୂତି ଭୂଷଣ କର, ପିପି ପ୍ରଦୀପ କୁମାର ଦାସ, କୋ ଚେୟାର ଆଶିଷ ସାହୁ, ପ୍ରଜ୍ଞାଶିଶ ମହାପାତ୍ର, ଶିଶିର ମିଶ୍ର, ସଞ୍ଜିତ ଜେନା, ବିଭୂପ୍ରସାଦ ମିଶ୍ର, ଦେବ ପାତ୍ର, ଡ଼ିଏସ୍‌ଜି ପ୍ରସନ୍ନ ଲେଙ୍କା ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ