ଲକଡାଉନ୍ ନିୟମ କୁ ଅବମାନନା,୧୦ ଦୋକାନ୍ ସିଲ୍ କଲା ପ୍ରଶାସନ

ଯୋଡା, (ସମୀର କୁମାର ଦାସ):ସାରା ଦେଶରେ କରୋନା ଭାଇରସକୁ ନେଇ ଜାରି ହୋଇିଥିବା ଲକଡାଉନ୍ ୪.୦ ନିୟମକୁ ଖୋଲାଖୋଲି ଉଲଂଘନ କରିବାରୁ ଶନିବାର ସନ୍ଧ୍ୟାରେ କେନ୍ଦୁଝର ଜିଲା ଯୋଡା ପୌରପାଳିକାରେ ଥିବା ୧୦ ଦୋକାନକୁ ସିଲ୍ କରିଛି ପ୍ରଶାସନ । ଏଥି ସହିତ ସହ ମାସ୍କ ପିନ୍ଧିନଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କଠାରୁ ୫ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ବଡବିଲ୍ ତହସିଲଦାର କ୍ଷୀରୋଦ କୁମାର ବେହେରାଙ୍କ ନେତୃତ୍ୱରେ ଯୋଡା ପୌରପାଳିକା କର୍ମଚାରୀ ଓ ଯୋଡା ପୋଲିସ ମିଳିତ ଭାବେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଲକଡାଉନ୍ ନିୟମ ଉଲଂଘନ କଲେ ଆଗାମୀ ଦିନରେ ମଧ୍ୟ ଏହିପରି କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବଡବିଲ୍ ତହସିଲଦାର କ୍ଷୀରୋଦ କୁମାର ବେହେରା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ