ସଙ୍ଗରୋଧ କେନ୍ଦ୍ରରୁ ପ୍ରବାସୀ ଗାଁ କୁ ଫେରିଲେ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ବିଭିନ୍ନ ରାଜ୍ୟରୁ ଫେରି ହିଞ୍ଜିଳି ବ୍ଲକ ସଙ୍ଗରୋଧ କେନ୍ଦ୍ର ଗୁଡିକରେ ଅବସ୍ଥାନ କରୁଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ଅବଧି ପୂରଣ ପରେ ରବିବାର ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି।ସ୍ଥାନୀୟ ବ୍ଲକ ଦୁର୍ବନ୍ଧ ପଞ୍ଚାୟତରୁ ୫୪ ଜଣ, ସାରୁ ରୁ ୪୦ଜଣ, ନନ୍ଦିକ ରୁ ୨୫ଜଣ, ରାଳବ ରୁ ୧୦୨ଜଣ,ବଡ଼ଖଣ୍ଡି ରୁ ୩୭ଜଣ,ବୁରୁପଡା ରୁ ୧୧୮ଜଣ,ଦୟାପଲ୍ଲୀ ରୁ ୬ଜଣ,ଖରିଡା ରୁ ୨୯ଜଣ, ଶିକିରି ରୁ ୧୬୨ଜଣ,ଚାନ୍ଦୁଲି ରୁ ୪୬ ଜଣ,ପୁଟିିିଆ ପଦର ରୁ ୯୨ଜଣ ସଙ୍ଗରୋଧ କେନ୍ଦ୍ରରୁ ଗୃହ ପ୍ରତ୍ୟାବର୍ତ୍ତନ କରିଛନ୍ତି।ଏହିପରି ହିଞ୍ଜି ଳି ବ୍ଲକର ୧୩ ପଞ୍ଚାୟତରେ ଥିବା ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରୁ ୯୦୨ଜଣ ପ୍ରବାସୀଙ୍କୁ ନିଜ ନିଜ ଗ୍ରାମକୁ ଫେରିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆ ଯାଇଛି।ଏଥିପାଇଁ ପ୍ରତ୍ୟେକ ସଙ୍ଗରୋଧ କେନ୍ଦ୍ରରେ ସେମାନଙ୍କ ପାଇଁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା।ପ୍ରତ୍ୟେକଙ୍କୁ ନୋଡାଲ ଅଧିକାରୀ, ସରପଞ୍ଚ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସ୍ଵାକ୍ଷର ଥିବା ପ୍ରମାଣ ପତ୍ର ପ୍ରଦାନ କରା ଯାଇଥିବା ବେଳେ ହୋମ କ୍ୱାରେଣ୍ଟାଇନ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ଘରେ ରହିବା ସମୟରେ ସାମାଜିକ ଦୂରତ୍ୱ ଏବଂ ମାସ୍କ ପିନ୍ଧିବା ପାଇଁ ପ୍ରଶାସନର ନିୟମ ଅନୁପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏହି କାର୍ଯ୍ୟକ୍ରମ ବେଳେ ନୋଡ଼ାଲ ଅଧିକାରୀ ରାଜେନ୍ଦ୍ର ପଟ୍ଟନାୟକ, ସୁଶାନ୍ତ କୁମାର ପାତ୍ର, ଶିବରାମ ରଣା, ଇ. ଶଙ୍କର ରାଓ, ଅଶ୍ୱିନୀ କୁମାର ସାହୁ, ବିଜୟ ସେଠୀ, ପ୍ରତାପ କୁମାର ସାହୁ, କିଶୋର ସାହୁ, ବି ହରି, ବାସୁଦେବ ବେହେରା ଏବଂ ପଞ୍ଚାୟତ ଜିଲ୍ଲାପାଳ ରଘୁନାଥ ବେହେରା, ରଞ୍ଜୁ ବେହେରା,ପ୍ରତିମା ବେହେରା, ମାଧୁରୀ ପାଣିଗ୍ରାହୀ, ରାମହରି ଶର୍ମା ପ୍ରମୁଖଙ୍କ ସମେତ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।ସମସ୍ତ ପ୍ରବାସୀ ରାଜ୍ୟ ସରକାର, ସ୍ଥାନୀୟ ବ୍ଲକ ପ୍ରଶାସନ ଓ ପଞ୍ଚାୟତର ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି, ସହାୟିକାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ