ଲକ୍ଷାଧିକ ଟଙ୍କା ହଡପ କରି ଅଭିଯୁକ୍ତ ଗିରଫ
ଯୋଡା, (ଯୁଗାଦ୍ଦ): କେନ୍ଦୁଝର ଜିଲା ଯୋଡା ଆର୍ଥ ମୁଭର୍ସ ଓ ଡିପି ସିଂ ନାମକ ଦୁଇଗୋଟି ବ୍ୟବସାୟିକ ସଂସ୍ଥାରେ ୨୦୧୩ ମସିହାରୁ ଲକ୍ଷାଧିକ ଟଙ୍କା ହଡପ କରିଥିବା ଅଭିଯୋଗରେ ପୋଲିସ ଚମ୍ପୁଆ ଥାନା କାଳିକାପ୍ରସାଦ ଗ୍ରାମର ନରହରି ରାଉତକୁ ଗିରଫ କରିଛି । ପୋଲିସର ସୂଚନାନୁଯାୟୀ , ୨୦୧୩ ମସିହାରୁ ଏହି ଦ୍ୱୟ କମ୍ପାନୀରେ ସିନିଅର ଏକାଉନ୍ଟାନ୍ଟ ଭାବେ ଅଭିଯୁକ୍ତ ନରହରି କାର୍ଯ୍ୟ କରୁଥିଲେ । ଏହି ସମୟରେ ସେ ବିଭିନ୍ନ ବ୍ୟାଙ୍କରେ କମ୍ପାନୀର ଅର୍ଥ କାରବାର କରିଥିଲେ । ସେ ପ୍ରାୟ ଏହି ଦୁଇଟି କମ୍ପାନୀରୁ ୭,୬୪,୯୮୫ ଟଙ୍କା ହଡପ କରି ଫେରାର ହୋଇଯାଇଥିଲେ । ତେବେ ପୋଲିସ ଏନେଇ କେଶ୍ ନଂ ୮୯/୨୦୨୦ ରେ ଗୁରୁବାର ଅଭିଯୁକ୍ତ ନରହରି ରାଉତକୁ ଗିରଫ ଏହାର ଅଧିକ ତଦନ୍ତ କରୁଛି ।


