ଲକ୍ ଡାଉନ ରେ ଛତୁଚାଷ କରୁଛନ୍ତି ଛାତ୍ର ସୀମାଞ୍ଚଳ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):କୋରନା ମହାମାରୀ ପାଇଁ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ଥିବା ବେଳେ ଗଂଜାମ ଜିଲ୍ଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ପ୍ରଥମ ବର୍ଷର ଛାତ୍ର ତଥା ଭଞ୍ଜନଗର ବ୍ଳକ କଇଣ୍ଡି ଗ୍ରାମର ସୀମାଞ୍ଚଳ ବିଷୋୟୀ। ଏହି ଲକ୍ ଡାଉନ ଓ ସଟ ଡାଉନ ରେ ଗତ ୩ମାସ ହେବ ସେ ଛତୁ ଚାଷ କରୁଛନ୍ତି। ଏ ନେଇ ସୀମାଞ୍ଚଳ କହିଛନ୍ତି ଆଗାମୀ ଦିନରେ ଜଣେ ଭଲ ଖବରଦାତା ହେବା ସହ ସଫଳ ଛତୁଚାଷୀ ଟିଏ ହେବାକୁ ସେ ଲକ୍ଷ୍ୟ ରଖିଛନ୍ତି। ଲକ୍ ଡାଉନ ପୂର୍ବରୁ ସେ ବିଶ୍ୱବିଦ୍ୟାଳୟରୁ ଛୁଟି ଦିନରେ ଆସି ତାଙ୍କର ଆଉ କେତେ ଜଣ ସାଙ୍ଗ ମାନଙ୍କ ସହ ମିଶି ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ କୃଷି ସମ୍ପ୍ରସାରଣ ଯୋଜନା ( ଆରିଆ) ରେ ଛତୁ ଚାଷ ବିଷୟରେ ତାଲିମ ନେଇଥିଲେ। ଏହି ତାଲିମ ରେ ତାଙ୍କୁ କୃଷି ବିଜ୍ଞାନ କେନ୍ଦ୍ରର ଛତୁ ଚାଷ ବିଭାଗର ମୁଖ୍ୟ ବୈଜ୍ଞାନିକ ଅନିତା ପାତ୍ର ସହଯୋଗ କରିଥିଲେ। ଏହା ପରେ ଲକ୍ ଡାଉନ ଘୋଷଣା ହୋଇଯାଇଥିଲା। ଘରେ ବସିବା ଅପେକ୍ଷା କମ ଖର୍ଚ୍ଚରେ ଛତୁ ଚାଷ କରିବା ପାଇଁ ସେ ଯୋଜନା ଆରମ୍ଭ କରିଥିଲେ। ଫଳରେ ନିଜସ୍ଵ ଉଦ୍ୟମରେ ଘର ବାରି ପଟେ ଥିବା ଏକ ଜାଗାରେ ସେ ଗ୍ରୀନ ହାଉସ୍ ଟିଏ କରି ଛତୁ ଚାଷ କରୁଛନ୍ତି ଓ ଏଥିରୁ ଭଲ ଦିପଇସା ରୋଜଗାର କରୁଥିବା ସେ ପ୍ରକାଶ କରିଛନ୍ତି। ଲକ୍ ଡାଉନ ଥିବାରୁ ସେ ସରକାରୀ ସହାୟତା ପାଇଁ ଯୋଜନା କରିଥିବା ବେଳେ ଏହା ହୋଇପାରିନାହିଁ। ଲକ୍ ଡାଉନ ପରେ ସେ ସରକାରୀ ସ୍ତରରେ ଏହି ଛତୁ ଚାଷ କୁ ବ୍ୟାପକ କରିବା ପାଇଁ ସରକାରଙ୍କ ମାଧ୍ୟମରେ କିଛି ସହଯୋଗ ପାଇଁ ଉଦ୍ୟମ କରିବେ ବୋଲି କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ