ଲିଙ୍ଗରାଜ ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ
ଭୁବନେଶ୍ୱର : ପୁରୀ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରାଯିବା ପରେ ଲିଙ୍ଗରାଜ ସଂଲଗ୍ନ ବିକାଶ ପାଇଁ ୫ କୋଟି ଟଙ୍କାର ଘୋଷଣା କରିଛନ୍ତି। ମନ୍ଦିରର ଭଜନ ମଣ୍ଡପ ଏବଂ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପାଇଁ ନୂଆ କୋଠା ନିର୍ମାଣ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏଥିପାଇଁ ଖର୍ଚ୍ଚ ହେବ ପାଖାପାଖି ୫ କୋଟି ଟଙ୍କା । ସେଥିପାଇଁ ମନ୍ଦିର ଅଞ୍ଚଳରେ ୱାଚ୍ ଟାୱାର ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ଲିଙ୍ଗରାଜ ଏଣ୍ଟ୍ରି ପ୍ଲାଜା ନିକଟରେ ଲିଙ୍ଗରାଜ ରିସର୍ଚ୍ଚ ସେଣ୍ଟର ପାଇଁ ମଧ୍ୟ ଖର୍ଚ୍ଚ ହେବ। ତେବେ ପୂର୍ବରୁ ମଧ୍ୟ ଲିଙ୍ଗରାଜ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।


