ଲିଟିଲ୍ ସ୍କୁଇରେଲ୍ସ ପବ୍ଲିକ୍ ସ୍କୁଲରେ ଗ୍ରାଜୁଏସନ୍ ଡେ ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତସ୍ଥିତ ଲିଟିଲ୍ ସ୍କୁଇରେଲ୍ସ ପବ୍ଲିକ୍ ସ୍କୁଲରେ ଗ୍ରାଜୁଏସନ ଡେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଶିକ୍ଷୟିତ୍ରୀ ସ୍ୱାତୀ ମଣ୍ଡଳ ଉତ୍ସବ ପାଳନର ଉଦ୍ଦେଶ୍ୟ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପରେ ଛାତ୍ରଛାତ୍ରୀ ମାନେ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ସମରେନ୍ଦ୍ର ବିଶ୍ୱାଳ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ଏହି ବିଦ୍ୟାଳୟ ଖୁବ୍ ଅଳ୍ପ ଦିନ ମଧ୍ୟରେ ଉନ୍ନତମାନର ଶିକ୍ଷାପଦ୍ଧତି ଦ୍ୱାରା ନିଜକୁ ପରିଚିତ କରାଇ ପାରିଛି । ଏଥିସହ ତାଲିମପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ପିଲା ମାନଙ୍କୁ ନୂତନ ଶିକ୍ଷା ପଦ୍ଧତିରେ ଶିକ୍ଷା ପ୍ରଦାନ କରି ସେମାନଙ୍କ ଭବିଷ୍ୟତ ଗଢିବାରେ ସାହାଯ୍ୟ କରି ଆସୁଛନ୍ତି ବୋଲି ବିଦ୍ୟାଳୟର ନିର୍ଦ୍ଦେଶକ ଡାକ୍ତର ସୁରେନ୍ଦ୍ର କୁମାର ବିଶ୍ୱାଳ ବକ୍ତବ୍ୟରେ କହିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ସଞ୍ଜୟ କୁମାର ସାହୁ, ଶିକ୍ଷୟିତ୍ରୀ ସ୍ନିଗ୍ଧାରାଣୀ ଜେନା, ପ୍ରଣତି ସାହୁ, ଗୀତାରାଣୀ ପାତ୍ର ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ