ରାଜସ୍ଵ ନୀରିକ୍ଷକ ନିଜସ୍ଵ କାର୍ଯ୍ୟାଳୟ କୋଠା ଉଦଘାଟନ କଲେ ଜିଲ୍ଲାପାଳ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ମୌଲାଭଞ୍ଜା ରାଜସ୍ଵ ନୀରିକ୍ଷକ ଙ୍କ ନବନିର୍ମିତ ନିଜସ୍ଵ କାର୍ଯ୍ୟାଳୟ କୋଠାକୁ ଆଜି ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ଶୁଭ ଉଦଘାଟନ କରିଥିବା ଦେଖିବାକୁ ମିଳିଛି । ଏହି ଉଦଘାଟନୀ ଉତ୍ସବ ସମାରୋହରେ ବ୍ରହ୍ମପୁର ଉପଜିଲ୍ଲାପାଳ ଭି କୀର୍ତ୍ତିଭାସନ୍ , ସାନଖେମୁଣ୍ଡି ତାହସିଦର୍ ଡ ଶ୍ରୀନିବାସ ବେହେରା ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକଙ୍କ , ସହ ରାଜସ୍ଵ କର୍ମଚାରୀ ଉପସ୍ଥିତ ଥିଲେ । ମୌଲାଭଞ୍ଜା ସରପଞ୍ଚ ବର୍ଷା ସେଠି , ସମିତି ସଭ୍ୟା ମାଧବୀ ସ୍ବାଇଁ , ଜିଲ୍ଲା ପରିଷଦ ସଭ୍ୟା ମାମାନୀ ପତ୍ରଙ୍କ ସହ ଶରତ ସ୍ବାଇଁ , ପିଣ୍ଟୁ ସେଠି , ଅରକ୍ଷିତ ପାତ୍ର , ମଧୁ ଗୌଡ଼ , ସଞ୍ଜୟ ବିଷୋୟୀ , ସିମାଞ୍ଚଲ ଗୌଡ଼ , ଟୁକୁନା ମିଶ୍ର ପ୍ରମୁଖ ଅଞ୍ଚଳ ଗ୍ରାମବାସୀ ଉପସ୍ଥିତ ରହିଥିଲେ । ତହସିଲ ଆରମ୍ଭରୁ ଭଡାଘରେ ଚାଲୁଥିବା ବେଳେଏହି କାର୍ଯ୍ୟାଳୟ ସମ୍ପ୍ରତି ବିଭାଗୀୟ ଆଦେଶ ପ୍ରକାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନୂତନ ନିଜସ୍ଵ ରାଜସ୍ଵ କାର୍ଯ୍ୟଳୟ କୋଠା ନିର୍ମିତ ହୋଇଅଛି । ଦୀର୍ଘଦିନ ପରେ ନିଜସ୍ଵ କୋଠାରେ ରାଜସ୍ଵ ସର୍କଲ କାର୍ଯ୍ୟାଳୟ ପରିଚାଳନାରେ ଆନୁଷଙ୍ଗିକ ସେବା ପ୍ରଦାନକୁ ଜିଲ୍ଲାପାଳଙ୍କ ସହ ଉପସ୍ଥିତ ଅଧିକାରୀଗଣ ଗୁରୁତ୍ୱାରୋପ କରିଥିଲେ ।


