ଲୁଟିଆକୁ କାବୁ କରି ପୋଲିକୁ ହସ୍ତାନ୍ତର କଲେ ଦମ୍ପତ୍ତି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାଲିଆ ମହାନ୍ତି ସାହିରେ ରହୁଥିବା ଆଇନ୍‌ଜୀବୀ ଭାରତ ଭୂଷଣ ପଟ୍ଟନାୟକ ଓ ତାଙ୍କ ପତ୍ନୀ ଶିକ୍ଷୟିତ୍ରୀ ଚାରୁବାଳା ପଟ୍ଟନାୟକ ଜଣେ ଲୁଟେରାକୁ କାବୁ କରି ପୁଲିସ ଜିମା ଦେଇଛନ୍ତି । ଲୁଟିଆ ଜଣକ ହେଉଛି କେନ୍ଦୁଝର ଆନନ୍ଦପୁରର ମୋହିତ ମହାରଣା । ଲୁଟିଆକୁ କାବୁ କରିଥିବା ଏହି ସାହାସୀ ଦମ୍ପତ୍ତିଙ୍କୁ ନେଇ କେନ୍ଦ୍ରାପଡ଼ାରେ ବେଶ ଚର୍ଚ୍ଚା ହୋଇଛି । ସୂଚନା ଯୋଗ୍ୟ ଯେ କେନ୍ଦୁଝର ଆନନ୍ଦପୁରର ଜଣେ ମୂଲିଆ ମୋହିତ ମହାରଣା ଭାରତଙ୍କ ଘର ନିକଟରେ ରହୁଥିଲେ । ସେ ଚାରୁବାଳା ଓ ତାଙ୍କ ସ୍ୱାମୀ ଭାରତଙ୍କୁ ହାଣି ଘରୁ ସୁନା ଗହଣା ଓ ଟଙ୍କା ଲୁଟିବା ପାଇଁ ଯୋଜନା କରିଥିଲା । ଫଳରେ ସନ୍ଧ୍ୟାରେ ତାଙ୍କ ଘରେ ପଶି ଠାକୁର ଘରେ ଲୁଚି ରହିଥିଲା । ରାତି ପାଖାପାଖି ୧୨ଟା ହେବ ଲୁଟିଆ ଜଣକ ସେଠାରୁ ବାହାରି ଭାରତଙ୍କ ମୁହଁରେ ତକିଆ ପକାଇ ମାଡି ବସିଥିଲା । ହଠାତ ଭାରତ ଅଣ ନିଶ୍ୱାସୀ ହୋଇ ନିଦରୁ ଉଠିପଡିଥିଲେ । ଘର ଅନ୍ଧାର ଥିଲା । ଏହି ସମୟରେ ଲୁଟିଆଙ୍କ ସହ ତାଙ୍କର ଧସ୍ତାଧସ୍ତ ହୋଇଥିଲା । ଲୁଟିଆ ଏକ ଛୁରୀ ବାହାର କରି ଭାରତଙ୍କ ଉପରକୁ ଆକ୍ରମଣ କରିଥିଲା । ଫଳରେ ଭାରତ ଆହତ ହୋଇଥିଲେ । ତଥାପି ଭାରତ ତାଙ୍କୁ ଛାଡି ନଥିଲେ । ତାଙ୍କ ସହ ଭାରତ ଓ ତାଙ୍କ ପତ୍ନୀଙ୍କ ଧସ୍ତାଧସ୍ତି ହୋଇଥିଲା । ଏହି ସମୟରେ ଲୁଟିଆ ପୂର୍ବରୁ ଲୁଚାଇ ରଖିଥିବା ଛୁରୀରେ ଦମ୍ପତ୍ତିଙ୍କୁ ୍ରଆକ୍ରମଣ କରିଥିଲା । ଭାରତଙ୍କ ହାତରେ ଏକ ଚୋଟ ବସିଥିଲା । ତଥାପି ଉଭୟ ଦମ୍ପତ୍ତି ତାଙ୍କୁ ପ୍ରତି ଆକ୍ରମଣ କରିଥିଲେ । ଏହି ସମୟରେ ଲୁଟିଆ ଅନ୍ୟ ଏକ ଘରକୁ ପଶି ଯାଇଥିଲା । ଫଳରେ ଦମ୍ପତ୍ତି ବାହାରୁ କବାଟ ଦେଇ ଦେଇଥିଲେ । ଏହାପରେ ସ୍ଥାନୀୟ ଲୋକ ଓ ପୁଲିସକୁ ଖବର ଦେଇଥିଲେ । ସ୍ଥାନୀୟ ଲୋକେ ଓ ପୁଲିସ ପହଞ୍ଚିବା ପରେ ଘର ଖୋଲା ଯାଇ ଲୁଟିଆକୁ କାବୁ କରାଯାଇଥିଲା । ଏହି ସମୟରେ ଲୋକେ ଲୁଟିଆକୁ ଉତ୍ତମ ମଧ୍ୟମ ଦେଇଥିଲେ । ପୁଲିସ ଏକ ମାମଲା ନଂ. ୫୩୮/୨୦୨୧ ରୁଜୁ କରି ଘଟଣାର ଅନୁସନ୍ଧାନ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ