ଲୋକଙ୍କ ସେବାରେ ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର

ଛତ୍ରପୁର, (ଓ୍ବାଇଏନ୍ଏସ୍):ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ୫ ଗୋଟି ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଭ୍ୟାନ୍ ର ଶୁଭାରମ୍ଭ କରିଛନ୍ତି।ଟାଟା ଷ୍ଟିଲ୍ ଏସ୍.ଇ.ଜେଡ୍. ଯୋଜନାରୁ ଏହି ୫ ଗୋଟି ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଜିଲ୍ଲା ପ୍ରଶାସନ ଦ୍ବାରା ପରିଚାଳନା କରାଯିବ।ଏହି ଭ୍ରାମ୍ୟମାଣ ମୋବାଇଲ୍ ସେବାରେ ଡାକ୍ତର, ଫାର୍ମାସିଷ୍ଟ, ସ୍ବାସ୍ଥ୍ୟକର୍ମୀ ସେବା ଯୋଗାଇବେ।ଟାଟା ଦ୍ବାରା ପ୍ରଦତ୍ତ ଏହି ୫ ଗୋଟି ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଭ୍ୟାନ୍ ଗୁଡିକରେ ଅକ୍ସିଜେନ୍ ସୁବିଧା ରହିଛି ।ଏହା ମୋବାଇଲ୍ କ୍ଲିନିକ୍ ଭଳି କାର୍ଯ୍ୟ କରିବ।ସାଧାରଣ ଚିକିତ୍ସା ମଧ୍ୟ ଏହି ଭ୍ୟାନ୍ ରୁ ମିଳିପାରିବ ବୋଲି ଜିଲ୍ଲାପାଳ ଅବଗତ କରାଇଥିଲେ । ଛତ୍ରପୁର, ଭଞ୍ଜନଗର ଓ ବ୍ରହ୍ମପୁର ଉପଖଣ୍ଡକୁ ଗୋଟିଏ ଲେଖାଏଁ ଭ୍ୟାନ୍ ଓ ବ୍ରହ୍ମପୁର ମହାନଗର ଅଞ୍ଚଳବାସୀଙ୍କ ନିମନ୍ତେ ଦୁଇଗୋଟି ଭ୍ୟାନ୍ ସେବା ଯୋଗାଇଦେବ। ଏଠାରେ ପ୍ରକାଶ ଥାଉକି ପଞ୍ଚାୟତ ସ୍ତରରେ ୮୯ ଗୋଟି, ଅକ୍ସିଜେନ୍ ସୁବିଧା ଥାଇ ୩୩ ଗୋଟି ଏବଂ ଶବ ବୋହିନେବା ଦିଗରେ ୧୧ ଗୋଟି ଏହିପରି ସମୁଦାୟ ୧୩୩ ଗୋଟି ଆମ୍ବୁଲାନ୍ସ ସେବା ଜିଲ୍ଲାରେ ପୂର୍ବରୁ ଯୋଗାଇ ଦିଆଯାଇଛି।ଗତ ଜୁଲାଇ ୧୩ ଠାରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଆମ୍ବୁଲାନ୍ସ ପରିଚାଳନା କେନ୍ଦ୍ର ଖୋଲାଯାଇ ସେବା ପ୍ରଦାନ କରାଯାଉଛି।ଏ ଯାବତ୍ ୨୦୧ ଗୋଟି ସେବା ପ୍ରଦାନ କରାଯାଇଥିବା ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ କୁମାର ବିଶ୍ବାଳ ଉପସ୍ଥିତ ରହି ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ର ବରିଷ୍ଠ ପରିଚାଳକ ସଂଜୀବ କୁମାର ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ କିଶୋର କୁମାର ପରିଡା, ମୁଖ୍ୟ ସ୍ବାସ୍ଥ୍ୟ ପରିଚାଳକ ନରସିଂହ ସାହୁ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ