ଅଯୋଧ୍ୟାରେ ରାମ ମନ୍ଦିର ଭୁମିପୁଜନର ମଙ୍ଗଳ କାମନା କରି ୧୦୦୧ ଦିପ ପ୍ରଜ୍ୱଳନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଅଯୋଧ୍ୟା ଠାରେ ଆଜି ଶ୍ରୀ ରାମ ମନ୍ଦିର ଭୁମିପୁଜନ ଉତ୍ସବ ଅନୁଷ୍ଠିତ ହୋଇଛି । ଏହାର ଶୁଭ ମଙ୍ଗଳ କାମନା କରି ପାରଳାଖେମୁଣ୍ଡି ସହରର କରଣସାହି ଠାରେ ଥିବା ହନୁମାନ ମନ୍ଦିର ପରିଶରରେ ୧୦୦୧ ଦିପ ପ୍ରଜ୍ୱଳନ କରାଯାଇଛି । ହନୁମାନ ମନ୍ଦିର କମିଟିର ସଭାପତି ଭେଙ୍କେଟେଶ୍ୱର ପଟ୍ଟନାୟକ,ସଂପାଦକ ବ୍ରଜକିଶୋର ପଟ୍ଟନାୟକ,ପୁଜକ ରାମଚନ୍ଦ୍ର ନାୟକ,ବରିଷ୍ଠ ସଦସ୍ୟ ବୀରକିଶୋର ପଟ୍ଟନାୟକ,ରାମ ପ୍ରସାଦ ପଟ୍ଟନାୟକ,ରବିନାରାୟଣ ଚୌଧୁରୀ,ସଂଜୟ ଜେନା,ପିଙ୍କୁ ପଟ୍ଟନାୟକ ପ୍ରମୁଖଙ୍କ ନେତୃତ୍ୱରେ ଭୋର ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ସାମାଜିକ ଦୁରତାକୁ ରକ୍ଷା କରି ଏହି କାର୍ଯକ୍ରମ ଅନୁଷ୍ଠିତ ହୋଇଛି । ବର୍ତ୍ତମାନର ଘଡିସନ୍ଧି ସଂକ୍ରମଣ ସମୟରେ ସମଗ୍ର ଲୋକଙ୍କ ରକ୍ଷା ପାଇଁ ଭଗବାନ ଶ୍ରୀ ରାମ ଓ ତାଙ୍କର ପରମ ଭକ୍ତ ହନୁମାନଙ୍କୁ ସ୍ମରଣ କରି ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ଭୁମି ପୁଜନକୁ ସ୍ୱାଗତ ଜଣାଇ ଏହି ପ୍ରଦିପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।


