ଗଦାଧରପୁର ରଜମହୋତ୍ସବ କମିଟି ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଘଟଗାଁ, (ନାରାୟଣ ପଲେଇ):କରୋନା ସମୟରେ ବିଭିନ୍ନ ପ୍ରକାରର କମିଟି, ଅନୁଷ୍ଠାନ ଏବଂ ସହୃଦୟବାନ ବ୍ୟକ୍ତି ଲୋକମାନଙ୍କୁ ବିଭିନ୍ନ ଉପାୟରେ ସାହାଯ୍ୟ ସହେଯାଗ କରୁଛନ୍ତି । ଏଥିମଧ୍ୟରୁ ବାଦପଡିନି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ଗଦାଧରପୁର ରଜମହୋତ୍ସବ କମିଟି । ଏହି କମିଟି ଦିନକୁ ଦିନ ଗୋଟିଏ ପରେ ଗୋଟିଏ ଉଦାହରଣ ସୃଷ୍ଟି କଲା ଭଳି କାମ କରୁ ସାରା କେନ୍ଦୁଝର ଜିଲ୍ଲାରେ ସର୍ବଦା ଚର୍ଚ୍ଚାରେ ରହୁଥିବା ଦେଖିବାକୁ ମିଳୁଛି । ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟ ଲକ୍ଡାଉନ୍ ସମୟରୁ ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ପର୍ଯ୍ୟନ୍ତ ଘଟଗାଁ ସ୍ଥିତ ଦୁଖାବାହାଳି ମହ୍ଲାର ବସ୍ତିରେ କମିଟି ମେମ୍ବର ମାନଙ୍କର ନିଜସ୍ୱ ପାଣ୍ଠିରୁ ପ୍ରତ୍ୟେକ ଦିନ ପାଖାପାଖି ୧୦୦ ମିଲ୍ ପ୍ରସ୍ତୁତ କରି ଖାଇବାକୁ ଦେଇଥିଲେ । ପରେ ପରେ ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ମାସ୍କ ବାଂଟିବା ସହିତ କରୋନା ସମ୍ବନ୍ଧରେ ସଚେତନତା କାର୍ଯ୍ୟାକ୍ରମ ମଧ୍ୟ କରିଥିଲା । ତାସହିତ ଆଜି ରଜ ମହୋତ୍ସବ କମିଟିର ସଭାପତି ଯୋଗେଶ କୁମାର ପଣ୍ଡାଙ୍କ ନେତୃତ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ଘଷିପୁରା ବ୍ଲକ୍ ଅଧ୍ୟକ୍ଷ ତଥା ଯୁବନେତା ଦେବାଶିଷ୍ ପାତ୍ର ଯୋଗ ଦେଇ କମିଟି ମେମ୍ବର ମାନଙ୍କ ସହିତ ମିଶି ବୃକ୍ଷରୋପଣ କରିଥିଲେ ଏବଂ ଅନ୍ୟମାନଙ୍କ ମଧ୍ୟ ସମାଜସେବୀ ସିକନ ପାଢୀ, ବିକ୍ରମ ଜେନା, ସାମ୍ବାଦିକ ନାରାୟଣ ପଲେଇ, ଗଦାଧରପୁର ସରପଂଚ ସୁଦାମ ନାଏକ ଯୋଗଦେଇଥିଲେ । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଏଠାରେ ପାଖାପାଖି ୧୦୦ ବୃକ୍ଷ ରୋପଣ କରାଯାଇଛି । ସେଥିମଧ୍ୟରେ ବଉଳ, କଦମ୍ବ, ଜାମୁ, ରକ୍ତଚନ୍ଦନ, ଇତ୍ୟାଦି ୧୦ ରୁ ୧୫ ପ୍ରଜାତି ବୃକ୍ଷ ରୋପଣ କରାଯାଇଛି । ଅନ୍ୟପକ୍ଷରେ ଏହିକାର୍ଯ୍ୟକ୍ରମରେ ଗଦାଧରପୁର ରଜମହୋତ୍ସବ କମିଟିର ସମ୍ପାଦକ ମନୋଜ କୁମାର ବେହେରା, ରଣଜିତ୍ ପଲେଇ, ସଂଜୁ ଟାଙ୍ଗଣିଆଁ, ତ୍ରିନାଥ ଗିରି, ଦିନେଶ ବାରିକ୍, ପ୍ରଶାନ୍ତ ବେହେରା, ସନ୍ତୋସ ଦାସ୍ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।


