ବାଲେଶ୍ୱର ଜିଲ୍ଲାରେ ପଲ୍‌ସ୍ ପୋଲିଓ ଟିକାକରଣ ଅଭିଯାନର ଶୁଭାରମ୍ଭ

ବାଲେଶ୍ୱର,(ଓ୍ବାଇଏନ୍ଏସ୍): ଆଜି ସମଗ୍ର ଜିଲ୍ଲାରେ ପଲ୍‌ସ୍ ପୋଲିଓ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଆଜି ସକାଳେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଥିଲେ । ଏହି ଟିକାକରଣ ଅଭିଯାନ ତିନି ଦିନ ଧରି ଚାଲିବ । ଆଜି ପ୍ରଥମ ଦିନରେ ଜିଲ୍ଲାର ପ୍ରତି ବ୍ଲକରେ ସ୍ଥାପିତ ବୁଥ୍‌ଗୁଡିକରେ ୦(ଶୂନ) ରୁ ୫(ପାଂଚ) ବର୍ଷର ଶିଶୁମାନଙ୍କୁ ଏହା ଦିଆଯିବାକୁ ଥିବା ବେଳେ କୌଣସି କାରଣରୁ ବାଦ୍ ପଡିଯାଇଥିବା ଶିଶୁମାନଙ୍କୁ ଆସନ୍ତା ଦୁଇ ଦିନରେ ଏହା ଦିଆଯିବ । ସ୍ୱାସ୍ଥକର୍ମୀମାନେ ଏହି ଦୁଇ ଦିନ ଘର ଘର ବୁଲି ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଖୁଆଇବେ । ଏହି ଟିକାକରଣ ଅଭିଯାନ ପାଇଁ ଜିଲ୍ଲାରେ ସର୍ବମୋଟ ୧୦୬୩ଟି ବୁଥ୍ ପ୍ରତିଷ୍ଠା କରାଯାଇଛି । ଏଥି ସହିତ ୪୨୫୨ଜଣ କର୍ମଚାରୀ ଏବଂ ୨୦୯ଜଣ ସୁପରଭାଇଜର ନିୟୋଜିତ ହୋଇଛନ୍ତି । ଜିଲ୍ଲାର ୨ଲକ୍ଷ ୧୨ହଜାର ୪୫୮ଜଣ ଶିଶୁଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଜିଲ୍ଲାରେ ପଲସ୍ ପୋଲିଓ ଟିକାକରଣ ଅଭିଯାନର ଶୁଭାରମ୍ଭ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଳ ସେନ ଜଗଦ୍ଦେବ, ଏ.ଡି.ଏମ.ଓ. ଡା.ପରେଶ ଚନ୍ଦ୍ର ନନ୍ଦୀ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅନ୍ତର୍ଯ୍ୟାମୀ ମିଶ୍ର, ଏଡିପିଏଚଓ ଡା. ରଞ୍ଜନ କୁମାର ନାୟକ, ଏଡିପିଏଚଓ ଡା. ଶଶାଙ୍କ ଶେଖର ଚୌଧୁରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ କୁସୁମମାଳା ମିଶ୍ର, ଡିପିଏମ ଶ୍ରୀ ଅନୀଲ କୁମାର ମହାନ୍ତି, ଡିଏମଆରସିଏଚ ଏଲିନା ସାମଲ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ