ଲୋଚାପଡା ପଞ୍ଚାୟତକୁ ମହାନଗର ନିଗମରେ ସାମିଲ ନେଇ ତୁରନ୍ତ ବିଜ୍ଞପ୍ତି ପ୍ରକାଶ କରିବାକୁ ଦାବୀ

ଗଂଜାମ, (ଯୁଗାବ୍ଦ ନ୍ୟୁଜ) :-ବ୍ରହ୍ମପୁର ସନ୍ନିକଟ ତଥା ସହର ତଳି ଅଞ୍ଚଳ ରୂପେ ଜଣାଶୁଣା ବ୍ରଜନଗରରେ ଅବସ୍ଥିତ ଏଚ୍ଛଡିଏଫସି ବ୍ୟାଙ୍କର ଉପର ମହଲାରେ ବ୍ରଜନଗର ଉନ୍ନୟନ ପରିଷଦର ଏକ ସ୍ବତନ୍ତ୍ର ବୈଠକ ବହୁଦିନର ବ୍ୟବଧାନ ପରେ ରବିବାର ଦିନ ସଭାପତି ଶିବ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବର୍ତ୍ତମାନ କମିଟିର କାର୍ଯ୍ୟକାଳ ଅବଧି ସରିଯାଇଥିବାରୁ ନୂତନ କମିଟି ଗଠନ ହେଲା ପର୍ଯ୍ୟନ୍ତ ପୁରୁଣା କମିଟି ଯଥା ପୂର୍ବ କାର୍ଯ୍ୟ କରିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇ ପ୍ରସ୍ତାବ ପାସ କରାଯାଇଥିଲା। ବ୍ରଜନଗର ଅଞ୍ଚଳର କଳେବର ଯଥେଷ୍ଟ ବୃଦ୍ଧି ପାଇଥିବାରୁ ଆସନ୍ତା ମାସେ ମଧ୍ୟରେ ନୂତନ ସଦସ୍ୟ ଗ୍ରହଣ ଅଭିଯାନ ଆରମ୍ଭ କରି ସାରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ବ୍ରଜନଗରରେ ଲାଗିରହିଥିବା ଡ୍ରେନ, ରାସ୍ତା, ଷ୍ଟ୍ରୀଟ ଲାଇଟ , ଖାଲି ଓ ସରକାରୀ ଜାଗା ଜବରଦଖଲ ଏବଂ ପରିମଳ ଅଭାବ ଜନିତ ବ୍ୟବସ୍ଥା ଆଦି ନେଇ ବିସ୍ତୃତ ଆଲୋଚନା ବୈଠକରେ କରାଯାଇଥିଲା । ତତ୍ ସହିତ ସହର ତଳି ଅଞ୍ଚଳ ତଥା ମହାନଗର ସନ୍ନିକଟ ପଞ୍ଚାୟତ ଗୁଡ଼ିକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ ନେଇ ଚାଲିଥିବା ଆନ୍ଦୋଳନ ଏବଂ ସେ ନେଇ ଆଗକୁ ନିଆଯିବାକୁ ଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ଆଲୋକପାତ କରାଯାଇଥିଲା।ଏ ପରିପ୍ରେକ୍ଷୀରେ ମାନ୍ୟବର ଓଡ଼ିଶା ହାଇ କୋର୍ଟ ଦେଇଥିବା ରାୟ ଆଧାରରେ ଲୋଚପଡ଼ା ପଞ୍ଚାୟତର ସଂକଳ୍ପ ପ୍ରକାରେ ମହାନଗର ନିଗମରେ ମିଶ୍ରଣ ନେଇ ସରକାର ତୁରନ୍ତ ବିଜ୍ଞପ୍ତି ପ୍ରକାଶ କରିବାକୁ ବୈଠକରେ ଦାବୀ କରାଯାଇଥିଲା। ମହାନଗରରେ ସାମିଲ ନେଇ ହାଇ କୋର୍ଟ ଦେଇଥିବା ତିନି ମାସ ସମୟ ସୀମା ଏପ୍ରିଲ ମାସ ୧୧ ତାରିଖରେ ସରିଯିବାକୁ ବସିଥିଲେ ସୁଦ୍ଧା ସରକାର ମିଶ୍ରଣ ନେଇ ନିଜର ନୀତି ସ୍ପଷ୍ଟ କରିନଥିବାରୁ ବୈଠକରେ ସଦସ୍ୟ ମାନେ ଉଦବେଗ ପ୍ରକାଶ କରିଥିଲେ। ସରକାରଙ୍କ ଏହି ଉଦାସୀନତା ବିରୁଦ୍ଧରେ ଅଦାଲତ ଅବମାନନା ମାମଲା ଦାୟର କରାଯିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ବୈଠକରେ ଉପସ୍ଥିତ ଥିବା ବ୍ରଜନଗର ଉନ୍ନୟନ ପରିଷଦ ସମ୍ପାଦକ ତଥା ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ପ୍ରକାଶ କରିଥିଲେ । ଆଜିର ଏହି ବୈଠକରେ ସଭାପତି ଡ ଶିବ ପ୍ରସାଦ ମିଶ୍ର ଓ ସଂପାଦକ ସଞ୍ଜୀବ କୁମାର ପଟ୍ଟନାୟକଙ୍କ ବ୍ୟତୀତ କାର୍ଯ୍ୟକାରୀ ସଭାପତି ଗଣେଶ ଦାସ, ଉପସଭାପତି ନାରାୟଣ ଚନ୍ଦ୍ର ପାଇଛା, ଯୁଗ୍ମ ସମ୍ପାଦକ ଟି ସୁଦେଶ କୁମାର ପାତ୍ର,ସହ ସମ୍ପାଦକ ବି ଭି ସାଗର, ସଂଗଠନ ସମ୍ପାଦକ ଶ୍ରୀକାନ୍ତ ପଢ଼ୀହାରୀ , ସିଲା ବଇରୀ, ଏମ ତାରେକସ୍ୱର ଦୋରା,କୁଞ୍ଜ ବିହାରୀ ପଟ୍ଟନାୟକ, ପ୍ରମୋଦ ଚନ୍ଦ୍ର ପାଢ଼ୀ, ଗରୀବ ବନ୍ଧୁ ପାଣିଗ୍ରାହୀ, ନଳିନୀ କାନ୍ତ ଚୌଧୁରୀ,ଟି ବିଭୂତି ଭୂଷଣ ପାତ୍ର, ଅଜିତ ପଟ୍ଟନାୟକ, କାହ୍ନୁ ଚୌଧୁରୀ, ପୂର୍ଣ୍ଣ ଚନ୍ଦ୍ର ଆଚାର୍ଯ୍ୟ, ଡି ପି ଆର ଦୋରା, କୁମାର ସ୍ବାମୀ ପାତ୍ର, ଉମା ପ୍ରସାଦ ପାତ୍ର, ସୁଦର୍ଶନ ସାମଲ, ଡ ରାଧା ଚରଣ ସାହୁ, ପ୍ରତାପ ଚନ୍ଦ୍ର ତ୍ରିପାଠୀ, ଗିରିଜା ଚନ୍ଦ୍ର ସାହୁ, ମନ୍ଟୁ ସାହୁ ଓ ଲିଙ୍ଗରାଜ ସାବତ ପ୍ରମୁଖ ଉପସ୍ଥିତ ଥିଲେ । ସଞ୍ଜୀବ କୁମାର ପଟ୍ଟନାୟକ, ସଭାପତି, ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ