ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ଶ୍ରୀରାମ ନବମୀ ମହୋତ୍ସବ ରେ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା
ଗଂଜାମ, (ଯୁଗାବ୍ଦ ନ୍ୟୁଜ) :-ଆଜି ବିଶ୍ୱ ହିନ୍ଦୁ ପରିଷଦ ଗଞ୍ଜାମ ତରଫରୁ ବ୍ରହ୍ନପୁର ସହରରେ ମହା ଆଡମ୍ବବରରେ ପାଳିତ ହୋଇଯାଇଛି । ପ୍ରଭୁ ଶ୍ରୀରାମ ନବମୀ ମହୋତ୍ସବ । ଉକ୍ତ ମହୋତ୍ସବରେ ପ୍ରଭୁ ଶ୍ରୀରାମ ଙ୍କ ରଥ କୁ ଫୁଲ ଏବଂ ଭଗବ୍ୱା ଧଜ୍ୱା ରେ ସୁସଜିତ କରାଯିବା ସହ ଭଗବାନ ଶ୍ରରାମ ଙ୍କ ପ୍ରତିମୂର୍ତ୍ତି କୁ ସ୍ଥାପନା କରାଯାଇଥିଲା ।ଏହି ରଥକୁ ଏକ ବିରାଟ ପଟୁଆରରେ ଆଙ୍କୁଲି ସ୍ଥିତ ଶ୍ରୀରାମ ମନ୍ଦିର ପରିଷରରୁ ପୂଜା ଅଞ୍ଚନା କରାଯାଇଥିଲା । ଏହି ବିଶାଳ ଓ ଭବ୍ୟ ସଭାଯାତ୍ରାରେ ବିଶ୍ୱ ହିନ୍ଦୁ ପରିଷଦ ଗଞ୍ଜାମ ଜିଲ୍ଲା ସଭାପତି ଡ. ଭବାନୀ ଶଙ୍କର ଦାସ , ବିଭାଗ ସଂପାଦକ ଅରୁଣ ପ୍ରସାଦ ପାଢି ,ଉପସଭାପତି କୃଷ୍ଣ ପଣ୍ଡା , ଅମ୍ବୁଜା ସାହୁ ,ସଂପାଦକ ଗୋପାଳ କୃଷ୍ଣ ସ୍ୱାଇଁ , ବଜରଙ୍ଗ ଦଳ ପ୍ରାନ୍ତ ସୁରକ୍ଷା ପ୍ରମୁଖ ,ରାଜୀବ ନେତ୍ର ଖାଡେଙ୍ଗା , ବିଭାଗ ସଂଯୋଜକ ସଂଗ୍ରାମ ପାଢୀ ,ଜିଲ୍ଲା ସଂଯୋଜକ ବଳରାମ ମହାରଣା , ଶିବଦତ୍ତ କୁମାର ଦାସ , ବଳରାମ ମହାନ୍ତି , ରାମା ରାଓ , ମହାନଗର ସଭାପତି ଡି.ପ୍ରସାଦ ,ମାତୃଶକ୍ତି ସଂଯୋଜିକା କେ.ଏନ୍ . ରାଣୀ ,ବାବୁ ମଣ୍ଡଳ , ସନ୍ତୋଷ ସାମଲ ଏବଂ ବିଭିଦ କ୍ଷେତ୍ରରେ ବହୁ କାର୍ଯ୍ୟକତ୍ତା ଉପସ୍ଥିତ ଥିଲେ । ଏହି ସଭାଯାତ୍ରା ରାମଲିଙ୍ଗେଶ୍ୱେର ଉଦ୍ୟାନ ପାର୍କ ନିକଟସ୍ଥ ହନୁମାନ ଜୀଙ୍କ ପ୍ରତିମୂର୍ତ୍ତି ନିକଟରେ ହୋଇଥିବା ସହ ଏକ ଆଶ୍ରୀବଚନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀ ଭାସ୍କର ତୀର୍ଥ ମହାରାଜ ,ସ୍ୱାମୀ ଚିନ୍ନମୟାନନ୍ଦ ଦାସ ମହାରାଜ RSS ର ନାରାୟଣ ଭାଇ ବକ୍ତା ଭାବେ ପ୍ରଭୁ ଶ୍ରୀ ରାମ ଙ୍କ କଥା ସହ ହିନ୍ଦୁ ଧର୍ମର ସୁରକ୍ଷା ବିଷୟରେ ଆଲୋକପାତ କରିଥିଲେ I


