“ଲ” ସଂଗଠନ ତରଫରୁ ଚୌଦ୍ଵାର ରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ଚୌଦ୍ଵାର,(ଦୀପକ୍ କୁମାର ବେଉରା): ୩୨ ତମ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଚୌଦ୍ଵାର ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଲିଗାଲ ଏଡ୍ ୱର୍କରସ୍ (ଲ) ଓ ଉଦୟନାଥ ଚାରି ଟେବୁଲ୍ ଟ୍ରଷ୍ଟ ମିଳିତ ଆନୁକୁଲ୍ୟରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଅଭିନବ ଉପାୟରେ ପାଳିତ ଏହି ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ରେ ଦେଖିବାକୁ ମିଳିଥିଲା ଯମ ରାଜ ଓ ଚିତ୍ରଗୁପ୍ତ ଙ୍କୁ । ଏହି ସଡ଼କ ସୁରକ୍ଷା ସଚେତନତା ଚୌଦ୍ଵାର ଥାନା ପରିସରରୁ ଆରମ୍ଭ ହୋଇ ଜାତୀୟ ରାଜପଥ ୫୫ ର ବିଭିନ୍ନ ଛକରେ ସଂଗଠନ ତରଫରୁ ସଚେତନତା ବାର୍ତ୍ତା ଦିଆଯାଇଥିଲା । ଯେଉଁ ମାନେ ସଡ଼କ ନିୟମ ପାଳନ କରୁଥିଲେ ସେହି ଚାଳକ ମାନଙ୍କୁ ସଂଗଠନ ସଦସ୍ୟ ମାନେ ତାଙ୍କୁ ଫୁଲ ଦେଇ ଧନ୍ୟବାଦ୍ ଅର୍ପଣ କରୁଥିଲେ କିନ୍ତୁ ଅମାନିଆ ଙ୍କୁ ଯମରାଜ ତଗିତ୍ କରି ସଚେତନତା କରାଉଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମ ରେ ଲିଗାଲ ଏଡ୍ ୱାର୍କରସ ସଙ୍ଗଠନ ର ସଂପାଦକ ମାନସ କୁମାର ସାହୁ ଉଦୟନାଥ ଚାରିଟେବୁଲ ଟ୍ରଷ୍ଟ ସଂପାଦକ ପାବିତ୍ର ମୋହନ ସାହୁ କାର୍ଯ୍ୟକାରୀ ସଂପାଦକ ଚନ୍ଦ୍ରମୋହନ ସାହୁ , ପ୍ରକାଶ ନାୟକ, ଗୋବିନ୍ଦ ଚନ୍ଦ୍ର ରାୟ,ଜୟନ୍ତୀ ନାଥ, ରଞ୍ଜନ ବେହେରା, ରଞ୍ଜିତ ସାହୁ,ଧନେଶ୍ଵର ସାହୁ,ରାଜେଶ ଓଝା,ପରୀକ୍ଷିତ ଲେଙ୍କା,ମଳୟ ମହାପାତ୍ର,କୌଶଲ୍ୟା କୈଳାଶ,ରଶ୍ମି ଦାସ,ଅଭିଷେକ ସାହୁ,ଗୀତ ସୁହାସିନି ସାହୁ,ସୁଚିତ୍ରା ବେହେରା,ପ୍ରଭାତୀ ଜେନା,ରସ୍ମିରେଖ ନାୟକ,ସୀମାରେଖା ନାୟକ,ସୁକାନ୍ତ ପ୍ରଧାନ,ସଂକଳ୍ପ ରଞ୍ଜନ ସାହୁ ଓ ଶାଶ୍ଵତ ସ୍ୱାଇଁ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।


