ଗଜପତିରେ ପଲସ୍ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମର ଉଦ୍‌ଘାଟନ

ପାରଳାଖେମୁଣ୍ଡି,  (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ଆଜି ଠାରୁ ପଲସ୍ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ଆଜି ଠାରୁ ୨ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଚାଲୁ ରହିବ । ସମଗ୍ର ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଦ୍ୱାରା ୫ବର୍ଷରୁ କମ୍ ୭୧ହଜାର ୨୭୦ଜଣ ଶିଶୁଙ୍କୁ ୨ବୁନ୍ଦା ପୋଲିଓ ଟିକା ପ୍ରଦାନ କରିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥି ପାଇଁ ୫୭୪ଗୋଟି ବୁଥ୍ ଏବଂ ୨୦ ଗୋଟି ଭ୍ରାମ୍ୟମାଣ ଦଳ ଦ୍ୱାରା ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଟିକାକରଣ କେନ୍ଦ୍ରରେ ପୋଲିଓ ବୁନ୍ଦା ଦିଆଯିବ । ପରବର୍ତ୍ତୀ ଦୁଇଦିନରେ ପୋଲିଓ ଟିକା ଗୃହ ପରିଦର୍ଶନରେ ପ୍ରଦାନ କରାଯିବ । ସରକାରଙ୍କ କୋଭିଡ ନିୟମାବଳୀ ଅନୁଯାୟୀ ମାସ୍କ ପିନ୍ଧିବା, ସାମାଜିକ ଦୂରତା, ସାନିଟାଇଜ ବ୍ୟବହାର ଆଦି ଉପରେ ଏହି କାର୍ଯ୍ୟ କ୍ରମରେ ଗୁରୁତ୍ୱାରୋପ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ