ଶରୀରରେ ଆତ୍ମାର ସ୍ଥାନ

ଜନ୍ମ ଭଳି ମୃତ୍ୟୁ ହେଉଛି ଜୀବନର ଏକମାତ୍ର ସତ୍ୟ । ଆମକୁ ଏହା ସ୍ୱୀକାର କରିବାକୁ ପଡିବ । ଦିନେ ନା ଦିନେ ଆମେ ସମସ୍ତେ ମୃତ୍ୟୁ ଲଭିବା । କିନ୍ତୁ ଜୀବନ, ମୃତ୍ୟୁକୁ ନେଇ ଅନେକ ଶୁଣିବାକୁ ମିଳେ । କୁହାଯାଏ ଆମ ଶରୀରର ଆତ୍ମା ପରିଚାଳନା କରିଥାଏ । ଆଉ ଏହି ଆତ୍ମା ଯେତେବେଳେ ଶରୀର ଛାଡି ଚାଲିଯାଏ ସେତେବେଳେ ମଣିଷର ମୃତ୍ୟୁ ହୋଇଥାଏ । ମୃତ୍ୟୁ ବେଳେ ଆତ୍ମାର ଗତି କେଉଁ ଆଡକୁ ଥାଏ ବା କେଉଁ ବାଟ ଦେଇ ଆତ୍ମା ଶରୀର ତ୍ୟାଗ କରିଥାଏ ସେ ନେଇ ଅନେକ ବିଜ୍ଞାନ ଓ ଶାସ୍ତ୍ର ଗୋଟିଏ ମତ ଦିଅନ୍ତି । କୁହାଯାଏ ମସ୍ତକରେ ଥିବା ସହସ୍ରାର ଚକ୍ର ଦେଇ ଆତ୍ମା ଶରୀରକୁ ଛାଡିଥାଏ । ଏକଥା ବିଜ୍ଞାନ ମଧ୍ୟ ସ୍ୱୀକାର କରିଛି । ଏହି ସହସ୍ରାର ଚକ୍ରକୁ ବ୍ରହ୍ମ ରନ୍ଧ୍ର ବୋଲି କୁହାଯାଏ । ଏହା ମସ୍ତକର ଉପରିଭାଗରେ ଶିଖା ରହିଥିବା ସ୍ଥାନରେ (ଲଣ୍ଡା ମୁଣ୍ଡରେ ଯେଉଁ ସ୍ଥାନରେ ସାମାନ୍ୟ ଚୁଟି ଛାଡି ଦିଆଯାଇଥାଏ ତାହା ହେଉଛି ଶିଖା) ରହିଥାଏ । ସହସ୍ରାର ଚକ୍ରର ପରିଚୟ ପାଇଁ କିମ୍ବା ସେହି ସ୍ଥାନର ସୁରକ୍ଷା ପାଇଁ ଶିଖା ରଖାଯାଇଥାଏ । ନୂତନ ଅଧ୍ୟୟନ ଅନୁସାରେ ତାନ୍ତ୍ରିକ ପ୍ରଣାଳୀରେ ଆତ୍ମାର ଆଭାସ ଦେଉଥିବା କ୍ୱାଣ୍ଟମ ପଦାର୍ଥ କମିଗଲେ ମୃତୁ ଭଳି ଅନୁଭବ ହୋଇଥାଏ । ଶାସ୍ତ୍ର ଅନୁସାରେ ମସ୍ତିଷ୍କରେ ଆତ୍ମା ରହିଥାଏ । ମୃତ୍ୟୁ ପରେ ପରେ ସହସ୍ରାର ଚକ୍ରରୁ ବାହାରି ଦ୍ୱିତୀୟ ଜନ୍ମ ପାଇର୍ ବ୍ରହ୍ମାଣ୍ଡରେ ଲୀନ ହୋଇଯାଏ । ସେହିଭଳି ଗବେଷକ ଏମରେଟସ୍, ଷ୍ଟୁଆର୍ଟ ହେମେରାଫ ଓ ବ୍ରିଟିସ ମନୋବିଜ୍ଞାନୀମାନେ ରୋଜର ପେନରୋସଙ୍କ ଅନୁସାରେ ଆତ୍ମା ବ୍ରହ୍ମାଣ୍ଡରେ ରହିଥାଏ । ଆତ୍ମାର ମୂଳ ସ୍ଥାନ ମସ୍ତିଷ୍କ ହୋଇଥାଏ । ସେ ମସ୍ତିଷ୍କରେ ଥିବା କୋଣିକା ଗୁଡିକର ତନ୍ତ୍ରରେ ରହିଥାଏ । ଯାହାକୁ ମାଇଥଟ୍ୟୁବସ୍ କୁହାଯାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ