ଗୋଟିଏ ଛାତ ତଳେ ସମ୍ପୂର୍ଣ୍ଣ ସହର

ଆମେରିକାର ଉତ୍ତରରେ ଥିବା ରାଜ୍ୟ ଆଲାସ୍କାର ଏକ ଛୋଟିଆ ସହର ହେଉଛି ୱିଟିୟର । ହେଲେ ସମ୍ପୂର୍ଣ୍ଣ ସହରଟି ଗୋଟିଏ ଛାତ ତଳେ ବାସ କରେ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଗୋଟିଏ ସ୍ଥାନରେ ପୋଲିସ ଷ୍ଟେସନ, ସ୍କୁଲ, ପୋଷ୍ଟ ଅଫିସଠାରୁ ଆରମ୍ଭ କରି ପ୍ରାୟ ସମସ୍ତ ସୁବିଧା ମିଳିଥାଏ । ପ୍ରାୟ ୨୧୮ ପରିବାର ଗୋଟିଏ ଛାତ ତଳେ ବସବାସ କରିଥାଆନ୍ତି । ପର୍ବତ ଓ ସମୁଦ୍ର ଘେରି ରହିଥିବା ଏହି ଅପହଞ୍ଚ ସହରକୁ ଯିବାକୁ ହେଲେ ଗୋଟିଏ ମାତ୍ର ଟନେଲ ବ୍ୟବସ୍ଥା ରହିଛି । ପ୍ରତି ଅଧ ଘଣ୍ଟାରେ ଥରେ ଏହାର ଗତିପଥରେ ପରିବର୍ତ୍ତନ କରାଯାଏ । ଭୋର ପାଖାପାଖି ୫ଟା ୩୦ ମିନିଟରେ ଏହା ଖୋଲୁଥିବାବେଳେ ରାତି ୧୧ଟା ସୁଦ୍ଧା ଟନେଲ (ସୁଡଙ୍ଗ) କୁ ବନ୍ଦ କରିଦିଆଯାଇଥାଏ । ଏହି ବିରାଟକାୟ ବିଲ୍ଡିଂ ‘ବେଗିଚ ଟାୱାର ନାମରେ ଜଣାଶୁଣା । କୁହାଯାଏ ଏହା ପୂର୍ବରୁ ସେନା ବାରାକ ଭାବେ ବ୍ୟବହାର କରାଯାଉଥିଲା । ପରେ ଏହାର ଆଧୁନିକୀକରଣ କରାଯାଇ ଏଠାରେ ସାରା ସହରର ଲୋକ ବସବାସ କରୁଛନ୍ତି । ଏହି ଟାୱାରରେ ହସ୍ପିଟାଲ, ପୋଲିସ ଷ୍ଟେସନ, ପାର୍କ, ଚର୍ଚ୍ଚ, ଭଳି ସମସ୍ତ ସୁବିଧା ଉପଲବ୍ଧ । ଏମିତିକି ପିଲାମାନେ ପାଠ ପଢ଼ିବା ପାଇଁ ଶିକ୍ଷକଙ୍କ ଘରେ ସିଧାସଳଖ ପହଞ୍ଚିଥାନ୍ତି । ତା’ଛଡା ଏଠାରେ ରହୁଥିବା କେତେକ ଲୋକ ଏଠି ଥିବା ବିଭିନ୍ନ କାର୍ଯ୍ୟାଳୟରେ କାମ କରି କିଛି ରୋଜଗାର ମଧ୍ୟ କରିପାରନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ