ଶରୀର ଉପରେ ପଡେ ଚିପା ପ୍ୟାଣ୍ଟର କୁପ୍ରଭାବ
ଆଜିର ଫ୍ୟାଶନକୁ ଦେଖିଲେ ଚିପା ପ୍ୟାଣ୍ଟ ପିନ୍ଧିବା ନାରୀ ଓ ପୁରୁଷଙ୍କ ପ୍ରଥମ ପସନ୍ଦ । ହୁଏତ ଏହି ଚିପା ପ୍ୟାଣ୍ଟ ଆଖିକୁ ସୁନ୍ଦର ଦେଖାଯାଇଥାଉପାରେ କିନ୍ତୁ ଏହାର କୁପ୍ରଭାବ ଆମ ଅଜାଣତରେ ସ୍ୱାସ୍ଥ୍ୟ ଉପରେ ପଡିଥାଏ । ଏହାକୁ ନେଇ ଅନେକ ଗବେଷଣା ମଧ୍ୟ ହୋଇଛି । ତେବେ ଚିପା ପ୍ୟାଣ୍ଟ ପିନ୍ଧିବା ଆମ ଶରୀର ଉପରେ କେଉଁ ପ୍ରକାରର କୁପ୍ରଭାବ ପଡିବାର ସମ୍ଭାବନା ରହିଛି ଜାଣନ୍ତୁ ସେ ସମ୍ପର୍କରେ କିଛି ଖାସ୍ ତଥ୍ୟ ।
ସ୍ପର୍ମ କାଉଣ୍ଟସ କମେ: ଚିପା ପ୍ୟାଣ୍ଟ ପୁରୁଷଙ୍କ ଫର୍ଟିଲିଟି ଉପରେ ଖରାପ ପ୍ରଭାବ ପଡିଥାଏ । ଅଧିକ ସମୟ ଚିପା ପ୍ୟାଣ୍ଟ ପିନ୍ଧୁଥିବା ପୁରୁଷମାନେ ସ୍ପର୍ମ କାଉଣ୍ଟସ କମିବାର ଅଧିକ ଆଶଙ୍କା ରହିଛି ।ଗୁପ୍ତାଙ୍ଗରେ କର୍କଟ ଆଶଙ୍କା:ଚିପା ପ୍ୟାଣ୍ଟ ପୁରୁଷମାନଙ୍କ ଗୁପ୍ତାଙ୍ଗ ଉପରେ ଚାପ ପକାଇଥାଏ । ଫଳରେ ଭବିଷ୍ୟତରେ ଗୁପ୍ତାଙ୍ଗରେ କର୍କଟ ରୋଗ ମଧ୍ୟ ହୋଇପାରେ ।ମେରୁଦଣ୍ଡ ଓ ନିତମ୍ବ ଉପରେ କୁପ୍ରଭାବ ପଡେ: ଗବେଷଣା ଅନୁଯାୟୀ ଚିପା ପ୍ୟାଣ୍ଟ ପିନ୍ଧିଲେ ମହିଳା, ପୁରୁଷଙ୍କ ନିତମ୍ବ ଓ ମେରୁଦଣ୍ଡ ଉପରେ କୁପ୍ରଭାବ ପକାଏ । ପ୍ୟାଣ୍ଟ ଚାପି ହୋଇ ରହିବା ଦ୍ୱାରା ଗୋଡର ଗତି ସୁଚାରୁ ରୂପେ ହୋଇପାରେ ନାହିଁ । ଫଳରେ ଏହାର ପ୍ରଭାବ ନିତମ୍ବ ଓ ମେରୁଦଣ୍ଡ ଉପରେ ମଧ୍ୟ ପଡେ ।ମୂତ୍ରନଳୀ ସଂକ୍ରମଣ ହୁଏ:ଚିପା ପ୍ୟାଣ୍ଟ ମହିଳାମାନଙ୍କ ଗୁପ୍ତାଙ୍ଗରେ ଚାପ ପକାଏ । ଏହି କାରଣ ପାଇଁ ମହିଳାଙ୍କ ମୂତ୍ରନଳୀ ଜନିତ ସଂକ୍ରମଣ ଅଧିକ ସମ୍ଭାବନା ହୁଏ ।


