ଶାଗ ତୋଳିବା ବେଳେ ବିଦ୍ୟୁତ୍‌ଘାତରେ ଜଣେ ମୃତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଶାଗ ତୋଳୁଥିବା ସମୟରେ ବିଦ୍ୟୁତ୍‌ଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଆଜି ସକାଳେ ଅଟଳ ବିହାରୀ ନାୟକ(୩୭) ନାମକ ଜଣେ ବ୍ୟକ୍ତି ସଜନା ଶାଗ ତୋଳିବା ପାଇଁ ଏକ ଲୁହାର ସିଡି ଉପରେ ଠିଆ ହୋଇ ଶାଗ ସଂଗ୍ରହ କରୁଥିବା ବେଳେ ଉପରେ ଯାଇଥିବା ବିଦ୍ୟୁତ୍ ତାର ଲାଗିଯିବା ଯୋଗୁଁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ସେ ପାରଳାଖେମୁଣ୍ଡି ଓ ୍ୱାଟର ସେଡ୍‌ର କର୍ମଚାରୀ ଥିଲେ । ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲାର ତୁମାଝରି ଗ୍ରାମରେ ବୋଲି ଜଣାପଡିଛି । ପାରଳା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହ ଶବକୁ ଜବତ କରି ବ୍ୟବଛେଦ ପାଇଁ ପାରଳା ମୁଖ୍ୟ ଡାକ୍ତରଖାନାକୁ ପଠାଇଛନ୍ତି । ଏ ନେଇ ପାରଳା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ