ଶାଳଣିଆଁରେ ଏସବିଆଇ ଏଟିଏମ ଖୋଲିଲା

ହାଟଡ଼ିହି (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ଶାଳଣିଆଁ ଠାରେ ଏସବିଆଇ ପକ୍ଷରୁ ଏକ ଏ.ଟି.ଏମ କାଉଣ୍ଟର ଉଦଘାଟିତ ହୋଇଯାଇଛି । ଏଠାରେ ପୁର୍ବରୁ ଏକ ବ୍ୟାଙ୍କ ଅଫ ଇଣ୍ଡିଆର ଏକମାତ୍ର ଏ.ଟି.ଏମ ଥିବାବେଳେ ଦୀର୍ଘଦିନ ହେଲା ଏହା ବନ୍ଦ ହୋଇଯିବାରୁ ଏ ଅଞ୍ଚଳର ଲୋକମାନେ ଟଙ୍କା ଉଠାଣ କ୍ଷେତ୍ରରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏନେଇ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବା ସହ ଅନ୍ୟଏକ ଏ.ଟି.ଏମ କାଉଣ୍ଟର ଖୋଲିବାପାଇଁ ଦାବି ହୋଇ ଆସୁଥିଲା । ଆଜି ଏହି ଏଟିଏମ ଉଦଘାଟନ ଉତ୍ସବରେ ଯୋଗେନ୍ଦ୍ର ବେହେରା, ନୀଳମଣି କୁଅଁର, ଆଶିଷ ବେହେରା, ସୁଭାଶିଷ ବେହେରା, ଆନନ୍ଦ ଚରଣ ସ୍ୱାଇଁ, ସତ୍ୟଜିତ ରାଉତ, ସରୋଜ କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ