ନାଉଗାଁରେ ବାଉଁଶଯୋର ଏବଂ ତାରଶାଖା ନାଳର ଉନ୍ନତିକରଣ କାର୍ଯ୍ୟର ଭିତିପ୍ରସ୍ତର ସ୍ଥାପନ

ନାଉଗାଁ, (ୱାଇଏନ୍‌ଏସ୍‌):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ଉନ୍ନୟନମୂଳକ କାର୍ଯ୍ୟର ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି, ସାଂସଦ ଡା.ରାଜଶ୍ରୀ ମଲ୍ଲିକଙ୍କ ଦ୍ୱାରା ରବିବାର କରାଯାଇଛି । ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗର ଜଗତସିଂହପୁର ଜଳ ନିକାସ ବିଭାଜନ ଅଧିନରେ ଥିବା ବାଉଁଶଯୋର ଏବଂ ତାର ଶାଖା ନାଳର ଉନ୍ନତିକରଣ କାର୍ଯ୍ୟର ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ତାଙ୍କ ସହିତ ନାଉଗାଁ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା, ବିଜେଡି ବ୍ଳକ ସଭାପତି ସୁଜିତ ମଲ୍ଲିକ, ଘୋଡାଂଶ ସରପଂଚ ତନୁଲତା ବାରିକ, ସମିତି ସଭ୍ୟା ଅନୁସୟା ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଏଲିନା ଦାସ, ସମାଜସେବୀ ତରୁଣକାନ୍ତ ବାରିକ, ଲିପୁନା ସ୍ୱାଇଁ, ଅଲଣା ପଂଚାୟତ ସମିତି ସଭ୍ୟ ମନ୍ମଥ ଓଝା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜଳ ନିକାସ ବିଭାଜନର ଏସଡିଓ ଇଂ. ବେଣୁଧର ଭୋଳ, କନିଷ୍ଠ ଯନ୍ତ୍ରୀ ଇଂ.ସୂର୍ଯ୍ୟକାନ୍ତ ଦିକ୍ଷିତ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ