ଶାସଙ୍ଗରେ ମୋ ସ୍କୁଲ ଅଭିଯାନ ବୈଠକ

ହାଟଡ଼ିହି, (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ଶାସଙ୍ଗ ବାଇଧର ସରକାରୀ ୟୁପି ସ୍କୁଲରେ ମୋ ସ୍କୁଲ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ସୁମନବାଳା ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳ, ସିଆରସିସି ଅକ୍ଷୟ କୁମାର ଖଟୁଆ, ପୁରାତନ ଛାତ୍ର ପ୍ରତିନିଧି ବାଇଧର ପାଢ଼ୀ, ବନ ବିହାରୀ ବେହେରା, କିଶୋର ଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ମୋ ସ୍କୁଲ ଅଭିଯାନର ସଫଳତା ଉପରେ ଆଲୋକପାତ କରିଥିଲେ । ଏହି ଯୋଜନ।। ଦ୍ୱାରା ସ୍କୁଲର ବିଭିନ୍ନ ସମସ୍ୟାକୁ ଅତି ସହଜରେ ସଦୁର କରାଯିବା ସହିତ ବିଦ୍ୟାଳୟ ଉନ୍ନତି କରଣ ସହଜରେ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ସରକାରଙ୍କ ଏହି ଅଭିନବ ପ୍ରୟାସକୁ ସଫଳ କରିବାପାଇଁ ସେମାନେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ଅବସରରେ ‘ମୋ ସ୍କୁଲ ଅଭିଯାନ’ର ସଭାପତି ଭାବେ ଶଶିକାନ୍ତ ବିଶ୍ୱାଳଙ୍କୁ ଚୟନ କରାଯାଇଥିଲା । ଆସନ୍ତାକାଲି ଠାରୁ ପୁରାତନ ଛାତ୍ରଛାତ୍ରୀଙ୍କ ଠାରୁ ପାଣ୍ଠି ସଂଗ୍ରହ କରାଯିବ ବୋଲି ନିଷ୍ପତି ହୋଇଥିଲା । ଏଥିରେ ତପୋଧନ ସ୍ୱାଇଁ, କାହ୍ନୁ ଚରଣ ପାଢ଼ୀ, ଦୁର୍ଯ୍ୟୋଧନ ବିଶ୍ୱାଳ, ଶଶିକାନ୍ତ ବିଶ୍ୱାଳ, ମୋହନ ଚରଣ ପାଢ଼ୀ, ନନ୍ଦ କିଶୋର ସ୍ୱାଇଁ, କରୁଣାକର ପାଢ଼ୀ, ବଳରାମ ବିଶ୍ୱାଳ, ସୁରଥ ବେହେରା, ରମେଶ ଜେନା, ଶିବପ୍ରସାଦ ଜେନା, ଶେଷଦେବ ଜେନା, ପ୍ରବିଣା ନାୟକ, ପଦ୍ମାବତୀ ଘଡେଇ, ଶିଶିର କୁମାର ବିଶ୍ୱାଳ, ଶାନ୍ତନୁ କୁମାର ରାଉତ, ବସନ୍ତ ଜେନା, ପୁର୍ଣ୍ଣଚନ୍ଦ୍ର ଜେନା, ସୁଶାନ୍ତ ପୁହାଣ, ଶ୍ରୀଧର ବିଶ୍ୱାଳଙ୍କ ସମେତ ବହୁ ପୁରାତନ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଶିକ୍ଷୟତ୍ରୀ କୁମୁଦୁନୀ ସାମଲ ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିବାବେଳେ ଅନ୍ନପୁର୍ଣ୍ଣା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ଲଳିତ କୁମାର ବିଶ୍ୱାଳ, ଜୟଶ୍ରୀ ରାଉତ, ନଟବର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିତଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ