ଶାସଙ୍ଗ ହାଇସ୍କୁଲରେ ଅଟଳ ଟିକରିଙ୍ଗ ଲାବ ଉଦଘାଟିତ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ଅସଫଳତା ହିଁ ସଫଳତା ପାଇଁ ବାଟ ଦେଖାଏ ବୋଲି ହାଟଡ଼ିହି ବ୍ଲକ ଶାସଙ୍ଗ ହାଇସ୍କୁଲରେ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଦ୍ୱାରା ପ୍ରଦତ୍ତ ଅଟଳ ଟିକରଙ୍ଗି ଲ୍ୟାବର ଉଦଘାଟନ ଉତ୍ସବରେ ଅତିଥିମାନେ ମତପ୍ରକାଶ କରିଛନ୍ତି । ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ମୁଖ୍ୟବକ୍ତା ଭାବେ କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ର, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ଓଷ୍ଟାର ଜିଲ୍ଲା ସଭାପତି ଶାନ୍ତନୁ କୁମାର ମିଶ୍ର, ଶିକ୍ଷାବିତ ତପୋଧନ ସ୍ୱାଇଁ ପ୍ରମୁଖ ଯୋଗଦେଇ ଅଟଳ ଟିଙ୍କରିଙ୍ଗ ଲ୍ୟାବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମୁଖ୍ୟ ବକ୍ତା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମିଶ୍ର ଛାତ୍ରଛାତ୍ରୀ ମାନଙ୍କୁ ବିଜ୍ଞାନ ଉପକରଣ ଗୁଡିକର ବ୍ୟବହାର ଉପରେ ଗୁରୁତ୍ୱ ଦେଇଥିଲେ । ବାରମ୍ବାର ବ୍ୟବହାର ନୁତନ ଉଦ୍‌ଭାବନ କୁ ବାଟ ଦେଖାଏ ବୋଲି ମତବ୍ୟକ୍ତ କରିଥିଲେ । ବାରମ୍ବାର ଅସଫଳ ହେଲେ ଯାଇ ତୁମେ ସଫଳତା ପାଇବ ବୋଲି ସେ କହିôତଲେ । ମୁଖ୍ୟ ଅତିଥି ବିଧାୟକ ଶ୍ରୀଯୁକ୍ତ ସେଠୀ ବିଦ୍ୟାଳୟର ଉତ୍ତୋରତର ଉନ୍ନତି ପାଇଁ ସବୁପ୍ରକାର ସହଯୋଗ କରିବାକୁ ମତଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ବାର୍ଷିକ କ୍ରୀଡାରେ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଡାକ୍ତର ପ୍ରସନ୍ନ କୁମାର ନାୟକ ଓ ଅଧ୍ୟାପିକା ମୀରାବାଳା ମହାପାତ୍ରଙ୍କ ଦ୍ୱାରା ପରିଚାଳିତ ମକରଧ୍ୱଜ କୁନ୍ତଳାଦେବୀ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଜ୍ଞାନ ରଞ୍ଜନ ଜେନା, କ୍ରୀଡାରେ ରାଜ୍ୟସ୍ତରୀୟ ସଫଳତା ହାସଲ କରିଥିବା ସାଇ ନାରାୟଣ ବେହେରା, ଜ୍ଞାନରଞ୍ଜନ ମିଶ୍ର, କିରଣ ଜେନା, ଓ ସ୍ମୃତିରଞ୍ଜନ ନାୟକଙ୍କୁ ବିଦ୍ୟାଳୟର ବେଷ୍ଟବୟ ଆୱାର୍ଡ ଏବଂ ପ୍ରେରଣା ଦାସଙ୍କୁ ବେଷ୍ଟ ଗାର୍ଲ ଆୱାର୍ଡ ସ୍ୱରୁପ ଅର୍ଥରାଶି ପ୍ରଦାନ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟ ପରିସରରେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତାଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା । ଏହି ଉତ୍ସବରେ ଶାସଙ୍ଗ ହାଇସ୍କୁଲର ପୁରାତନ ଛାତ୍ର, ଗ୍ରାମବାସୀ, ଆଖାପାଖ ଅଞ୍ଚଳର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ପରିଚାଳନା କମିଟିର ସମସ୍ତ ସଦସ୍ୟମାନେ ଯୋଗଦେଇଥିଲେ । ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ