ପଞ୍ଚାୟତବାସୀ ସରପଞ୍ଚଙ୍କୁ ସହଯୋଗର ହାତ ବଢ଼ାଇଲେ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ବାଙ୍ଗୋର ପଞ୍ଚାୟତରେ ଏକ ଗୋଚର ଜମିକୁ ସମତୁଲ କରିବାକୁ ନେଇ ତହସିଲଦାର ଓ ସରପଞ୍ଚ, ସମିତିସଭ୍ୟ ମୁହାଁ ମୁହିଁ ହେବା ଘଟଣା ପରେ ପଞ୍ଚାୟତବାସୀ ସରପଞ୍ଚଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି । ଆଜି ଶହଶହ ପଞ୍ଚାୟତବାସୀ ଏହି ଗୋଚର ଜମିରେ ଏକତ୍ରିତ ହୋଇ ସରପଞ୍ଚଙ୍କ ବିକାଶୋନ୍ମୁଖୀ କାର୍ଯ୍ୟକୁ ପ୍ରସଂଶା କରିବା ସହିତ ଏହି ନିର୍ମାଣକାର୍ଯ୍ୟ ପାଇଁ ଆର୍ôଥକ ସହାୟତା ପ୍ରଦାନ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ବାଙ୍ଗୋର ପଞ୍ଚାୟତରେ କୌଣସି ଖେଳ ପଡିଆ ନଥିବାବେଳେ ଗୋରୁ ଗାଈ ଚରିବାକୁ ପଡିଆଟିଏ ମଧ୍ୟ ନାହିଁ । ଏହି ଗୋଚର ଜମିଟି ପରିତ୍ୟକ୍ତ ଅବସ୍ଥାରେ ପଡିଥିବାବେଳେ ପୋଖରୀ ସଦୃଷ ଖାଲଖମା ହୋଇଯାଇଥିଲା । ଯାହାଦ୍ୱାରାକି ଗୋରୁଗାଈ ଚରିବାତ ଦୁରର କଥା ଲୋକଟିଏ ମଧ୍ୟ ତା ଭିତରକୁ ଯାଇପାରୁ ନଥିଲା । ଓଏମସି କମ୍ପାନୀ ଏହି ପଡିଆଟିକୁ ନଷ୍ଟ କରିପକାଇଥିଲା । ଏବେ ପଞ୍ଚାୟତ ର ସରପଞ୍ଚ ନିଜସ୍ୱ ଉଦ୍ୟମରେ ଗ୍ରାମସଭା ପଲ୍ଲୀସଭା କରାଇ ପଞ୍ଚାୟତର ଗାଇଡଲାଇନ ଅନୁଯାଇ ଏହାକୁ ସମତୁଲ କରୁଛନ୍ତି । ଏଠାରେ ଚାରି ଚାରୋଟି ସ୍କୁଲ ଥିଲେବି ପିଲା ମାନଙ୍କ ପାଇଁ ଖେଳ ପଡି ନାହିଁ । ଏହା ସମତୁଲ ହୋଇଯିବାପରେ ଏଠାରେ ଛାତ୍ରଛାତ୍ରୀମାନେ ଖେଳାଖେଳି କରିପାରିବା ସହିତ ଗୋରୁଗାଈ ମଧ୍ୟ ଚରିପାରିବେ । କିନ୍ତୁ ପ୍ରଶାସନ ପକ୍ଷରୁ ଏହାକୁ ବିରୋଧ କରାଯିବାକୁ ନେଇ ଲୋକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଜି ବାଙ୍ଗୋର, କରଡାପାଳ, ରଗୁଡିସାହି, ଜେଉଠବାହାଳି, ଶଙ୍ଖଣା ଆଦି ଗ୍ରାମର ଶହଶହଲୋକ ପଡିଆ ସମତୁଲ କରିବାପାଇଁ ନିଜ ନିଜ ସାମର୍ଥ୍ୟମତେ ସରପଞ୍ଚଙ୍କୁ ୨ଲକ୍ଷ ୮୨ହଜାର ସାତଶହ ଟଙ୍କାର ଆର୍ôଥକ ସହାୟତା ପ୍ରଦାନ କରିଛନ୍ତି । ଏବଂ ଶ୍ରମଦାନ କରିବାକୁ ମଧ୍ୟ ଆଗ୍ରହ ଦେଖାଇଛନ୍ତି । ଏହି କାର୍ଯ୍ୟକ୍ରମରେ ବାଙ୍ଗୋର ସରପଞ୍ଚ ସୁପ୍ରଭା ରାଉତ, ଜିଲ୍ଲାପରିଷଦ ସଦସ୍ୟ ଟିକି କିସ୍କୁ, ସମିତିସଭ୍ୟ ବିବେକାନନ୍ଦ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏଠାର ସୁଚନାଯୋଗ୍ୟ ଯେ କିଛି ବିରୋଧୀ ଲୋକ ଏଠାରୁ ମୋରମ ଚୋରା ଚାଲାଣ କରାଯାଉଥିବା ଅଭିଯୋଗ କରି ଏହି କାମକୁ ବନ୍ଦ କରିବାପାଇଁ ପ୍ରଶାସନ ଉପରେ ଚାପ ପକାଇଥିଲେ । ଫଳରେ ଗତକାଲି ହାଟଡିହି ତହସିଲଦାର ଓ ଅତିରିକ୍ତ ତହସିଲଦାର ପୁଲିସ ଫୋର୍ସ ସହିତ ପହଞ୍ଚି ଗୋଚର ଉପରେ ବେଆଇନି ଭାବେ କାର୍ଯ୍ୟ କରୁଥିବା ଦର୍ଶାଇ ହିଟାଚି ମେସିନି, ଡମ୍ପର ଗୁଡିକୁ ଜବଦ କରିବାକୁ ଯାଇଥିଲେବି ଲୋକଙ୍କ ତୀବ୍ର ବିରୋଧ ଯୋଗୁଁ ଫେରି ଆସିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ