ଶିକ୍ଷକ ପ୍ରଦୀପ ଖଣ୍ଡେଇଙ୍କ ପରଲୋକ
ହାଟଡିହି,(ଓ୍ବାଇଏନ୍ଏସ୍) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତ ଏଲକଣିଆ ଗ୍ରାମର ସୁନାମଧନ୍ୟ ଶିକ୍ଷକ ପ୍ରଦୀପ କୁମାର ଖଣ୍ଡେଇ (୫୬)ଙ୍କର ଆଜି ପରଲୋକ ହୋଇଯାଇଛି । ସେ ଗତ କିଛିଦିନ ହେଲା ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ସକାଳେ ତାଙ୍କର ପରଲୋକ ଘଟିଥିବା ପରିବାର ଲୋକଙ୍କ ସୁତ୍ରରୁ ଜଣାଯାଇଛି । ସେ ବ୍ରାହ୍ମଣିକଳା ସ୍କୁଲରେ ଦୀର୍ଘବର୍ଷ ହେଲା ଶିକ୍ଷକତା କରୁଥିବାବେଳେ ଶାଳଣିଆଁ ବଜାରରେ ଥିବା ତାଙ୍କରଏକ ଔଷଧ ଦୋକାନରେ ଅନେକ ସମୟରେ ବସି ବୁଝାବୁଝି କରୁଥିଲେ । ତାଙ୍କ ପରଲୋକ ଖବର ମିଳିବାମାତ୍ରେ ସମଗ୍ର ଶାଳଣିଆଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ଶାଳଣିଆଁ ବଜାରରେ ଥିବା ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ କରାଯାଇ ତାଙ୍କର ଅମର ଆତ୍ମାର ସଦଗତି କାମନା କରାଯାଇଥିଲା । ତାଙ୍କ ପରଲୋକରେ ଔଷଧ ବ୍ୟବସାୟୀ ସଂଘ ଓ ଶିକ୍ଷକ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । କେନ୍ଦୁଝର ଜିଲ୍ଲା ଔଷଧ ବ୍ୟବସାୟୀ ସଂଘ ପକ୍ଷରୁ ତାଙ୍କ ପରିବାରକୁ ସମବେଦନା ଜଣାଯାଇଛି


