ଶିକ୍ଷା ବିଭାଗରୁ ଅବସର ନେଲେ ୩ ଜଣ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ବୁଗୁଡା ବ୍ଲକରେ ଶିକ୍ଷା ବିଭାଗରୁ ୩ ଜଣ ବର୍ଷ ଶେଷ ଡିସେମ୍ବର ୩୧ ତାରିଖ ଦିନ ଅବସର ନେଇଥିବା ଜଣାପଡ଼ିଛି । ଶୁକ୍ରବାର ଦିନ ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର କନିଷ୍ଠ କିରାଣୀ ଭଗବାନ ଜେନା ଅବସର ଗ୍ରହଣ କରିଥିବା ବେଳେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅତିଥି ଭାବେ ଶିକ୍ଷାବିତ ତଥା ସାମ୍ବାଦିକ ଅନିଲ କୁମାର ମହାରଣା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପୁର୍ଣ୍ଣଚନ୍ଦ୍ର ମହାରଣା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଖଦାଳ ଖଟେଇ ଯୋଗଦେଇ ଅବସର ପ୍ରାପ୍ତ କିରାଣୀ ଭଗବାନ ଜେନାଙ୍କ କର୍ମମୟ ଜୀବନରେ ନିଷ୍ଟପାର କାର୍ଯ୍ୟ ପାଇଁ ଉଚ୍ଚ ପ୍ରଶଂସା କରିଥିଲେ । ଶ୍ରୀ ଜେନାଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର କର୍ମଚାରୀ ଦିବାକର ପ୍ରଧାନ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ଏଲିମେଣ୍ଟାରୀ ବିଭାଗରେ କହ୍ନେଇପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଖଲି ପଣ୍ଡା ଓ ବାଦୁଆ ପ୍ରଥାମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାମରାଜୁ ସାହାଣୀ ଦୁଇଜଣ ଅବସର ଗ୍ରହଣ କରିଥିବା ବେଳେ ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଓ ମୁଖ୍ୟ କିରାଣୀ ଭାସ୍କର ଚନ୍ଦ୍ର ସାହୁ ଉଭୟ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ପ୍ରୋଭିଜନାଲ ପେନସନ ପତ୍ର ପ୍ରଦାନ କରିଥିଲେ । କନିଷ୍ଠ କିରାଣୀ ସୁଧାଂଶୁ ଶେଖର ନାୟକ ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ