ଏନ.ଏସ.ଏସ.ର ସ୍ୱତନ୍ତ୍ର ଶୀତକାଳୀନ ଶିବିର ଉଦଯାପିତ
ବୁଗୁଡ଼ା, (ଅନିଲ କୁମାର ମହାରଣା) : ବୁଗୁଡା ପିପୁଲସ କଲେଜ ଜାତୀୟ ସେବା ଯୋଜନା ( ଏନଏସଏସ ) ୟୁନିଟ-୨ ପକ୍ଷରୁ ସାତଦିନ ଧରି ଚାଲିଥିବା ସ୍ୱତନ୍ତ୍ର ଶୀତକାଳୀନ ଶିବିର ଉଦଯାପିତ ହୋଇଯାଇଛି । ୧୯୬୯ ମସିହାରେ କେନ୍ଦ୍ର ସରକାରଙ୍କ ଯୁବ ଓ କ୍ରୀଡା ବ୍ୟାପାର ବିଭାଗ ପକ୍ଷରୁ ଏହି ଜାତୀୟ ସେବା ଯୋଜନା ଗଠନ ହୋଇଥିଲା । ଉଦ୍ଦେଶ୍ୟ ହେଲା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ +୨ , +୩ ଓ ବିଶ୍ୱବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀ ମାନେ ସାତ ଦିନିଆ ଜାତୀୟ ସେବା ଶିବିର ମାଧ୍ୟମରେ ଗୋଷ୍ଠୀର ସେବା କରିବେ । ସେହି ପ୍ରରିପେକ୍ଷିରେ ଏନଏସଏସ ୟୁନିଟ-୨ ର କାର୍ଯ୍ୟକାରୀ ଅଧିକାରୀ ଅଧ୍ୟାପକ ରବିନ୍ଦ୍ର ନାଥ ପୋଲାଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ଵତନ୍ତ ଶୀତ କାଳୀନ ଶିବିର ଅନୁଷ୍ଠିତ ହୋଇ ବିଭିନ୍ନ ଅଞ୍ଚଳରେ ଗୋଷ୍ଠୀ ସେବା କରିଥିବା ବେଳେ ତାହା ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ କଲେଜର ପ୍ରିନ୍ସପାଲ ପ୍ରଫେସର ରଜନୀକାନ୍ତ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ଅତିଥିଭାବେ ଅଧ୍ୟାପକ ଅଜୟ କୁମାର ସାହୁ ଓ ଅଧ୍ୟାପକ ବିନୋଦ କୁମାର କର ଯୋଗଦେଇଥିଲେ । ଶିବିରାର୍ଥୀ ବୃନ୍ଦ ଉଦଯାପନୀ ଦିବସରେ ସେମାନଙ୍କ ସାତ ଦିନର ଅନୁଭୂତି ପ୍ରକାଶ କରିଥିଲେ । ଶେଷରେ ଅଧ୍ୟପାକ ଶ୍ରୀ ପୋଲାଇ ଧନ୍ୟବାଦ ଅର୍ପଣ କରିଥିଲେ ।


