ଶିକ୍ଷା ସଚେତନତା ରଥ ର ଶୁଭାରମ୍ଭ କଲେ ବିଧାୟକ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ଏପ୍ରିଲ ୦୪ ତାରିଖ ଦିନ ପୋଲସରା ବ୍ଲକରେ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି। ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମହୋଦୟ ସବୁଜ ପତାକା ଦେଖାଇ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ କରିଥିଲେ। କରୋନା ମହାମାରୀ ଯୋଗୁଁ ଦୀର୍ଘ ଦୁଇବର୍ଷ ଧରି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ଗତ ଏପ୍ରିଲ ୦୨ ତାରିଖ ଦିନ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ପୁନର୍ବାର ଖୋଲାଯାଇଛି। ସମସ୍ତ ଛାତ୍ରଛାତ୍ରୀ ନିର୍ଭୟରେ ପୁଣି ବିଦ୍ୟାଳୟକୁ ଯାଇ ଶିକ୍ଷା ଗ୍ରହଣ କରିବା ପାଇଁ ଏହି ଶିକ୍ଷା ସଚେତନତା ରଥ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯିବାର କାର୍ଯ୍ୟକ୍ରମ ରହିଛି । ପୋଲସରା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ଏହି ଶିକ୍ଷା ସଚେତନତା ରଥ ଶୁଭାରମ୍ଭ ହୋଇ ପୋଲସରା ସହର ପରିକ୍ରମା କରି ମଥୁରା ଗ୍ରାମ ପଞ୍ଚାୟତକୁ ସଚେତନତା ରଥ ଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନ, ପୋଲସରା ଏନଏସି ଅଧ୍ୟକ୍ଷା ସଙ୍ଗୀତା କୁମାରୀ ବେହେରା, ପୂର୍ବତନ ଏଣେ ଅଧ୍ୟକ୍ଷ ପ୍ରଫୁଲ କୁମାର ପ୍ରଧାନ, ପୋଲସରା ବିଇଓ କାଳୀ ଚରଣ ବେହେରା, ଏବିଇଓ ସ୍ବରୂପ କୁମାର ପାତ୍ର , ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ବୃନ୍ଦ ଯୋଗଦେଇ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ