ଶିବଶଙ୍କରଙ୍କ ସେବା ଓ ସହାୟତାର ହାତ ବଢାଇଥିବା ରିୟଲ ହିରୋ…

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌):ଶିବଶଙ୍କର ଙ୍କୁ ସହାୟତା ନିମନ୍ତେ ଜନପ୍ରତିନିଧି ଠାରୁ ଆରମ୍ଭ କରି ପ୍ରଶାସନ ଓ ସ୍ୱେଚ୍ଛାସେବୀ , ଜନସାଧାରଣ ଙ୍କ ମନରେ ସହାୟତା ପାଇଁ ସମସ୍ତଙ୍କ ମନରେ ବେଶ ଉତ୍କଣ୍ଠା ଦେଖାଦେଇଛି । ସିଟି ହସପିଟାଲର ୨୫ ନମ୍ବର ବେଡରେ ଜୀବନ ମରଣ ସହ ଅହରହ ସଂଘର୍ଷ ଜାରି ରଖିଥିବା ଶିବଶଙ୍କରଙ୍କ ଘଟଣା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ବିଭିନ୍ନ ଦିଗରୁ ସହାୟତାର ସୁଅ ଛୁଟିବାରେ ଲାଗିଛି । ଗଣ ମାଧ୍ୟମରେ ଖବର ପକାଶିତ ନହେବା ପୂର୍ବରୁ ଶିବଶଙ୍କରଙ୍କ ଦୁଖ ଯନ୍ତ୍ରଣା ସହ୍ୟ କରିନପାରି ନିସ୍ୱାର୍ଥପର ଭାବେ ଶିବଶଙ୍କରଙ୍କ ସେବାରେ ଲାଗିପଡିଥିଲେ ୬୨ ବର୍ଷିୟ ବୃଦ୍ଧ ସୁଦ୍ଧା ପ୍ରଧାନ । ସୁଦ୍ଧା ପ୍ରଧାନ ଅସୁସ୍ଥ ହୋଇଥିବାରୁ ସେ ଉନ୍ନତ ମାନର ଚିକିତ୍ସା ନିମନ୍ତେ ସିଟିହସପିଟାଲରେ ଭର୍ତ୍ତି ହୋଇଥିଲେ । ସୁଦ୍ଧା ପ୍ରଧାନ କବିସୂର୍ଯ୍ୟନଗର ଖଇଡା ଗ୍ରାମରୁ ଚିକିତ୍ସା ନିମନ୍ତେ ଆସିଥିବା ବେଳେ ଶିବଶଙ୍କରଙ୍କ ଦୁଖ ସହ୍ୟକରିନପାରି ସେବାରେ ଲାଗିପଡିଥିଲେ । ପ୍ରଶାସନିକ ଅଧିକାରୀ ଠାରୁ ଆରମ୍ଭ ଜନନେତା ପର୍ଯ୍ୟନ୍ତ ତାଙ୍କର ଏହି ନିସ୍ୱାର୍ଥପର ସେବା ପାଇଁ ଢେର ପ୍ରଂଶସା କରିଛନ୍ତି । ଅନ୍ୟ ପଟେ ଶିବଶଙ୍କରଙ୍କୁ ସହାୟତା ନିମନ୍ତେ ବିଭିନ୍ନ ସଂଗଠନ ପକ୍ଷରୁ ସୁଅ ଛୁଟିବାରେ ଲାଗିଛି । ପ୍ରଶାସନ ତରଫରୁ ପ୍ରାଥମିକ ପର୍ଯ୍ୟାୟରେ ଶିବଶଙ୍କରଙ୍କ ସହାୟତା ନିମନ୍ତେ ରେଡକ୍ରସ ପାଣ୍ଠି ତରଫରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଆରଜେ ଫ୍ୟାନ୍ କ୍ଲବ ତରଫରୁ ନଗଦ ୪୫ହଜାର ,ଡିପ୍ଲୋମା ଏସଏମଆଇଟି ଛାତ୍ରଛାତ୍ରୀ ମାନେ ଏକତ୍ରିତ ହୋଇ ୮ହଜାର ,ଖଲ୍ଲିକୋଟ କଲେଜର ଛାତ୍ରଛାତ୍ରୀ ନିଜ ନିଜର ପକେଟ ମନିରୁ କିଛି ଆଦାୟ କରି ୪,୮୦୦ ଟଙ୍କା ,ଓକିଲ ସଂଘ ତରଫରୁ ୧୫ ହଜାର , ଅନ୍ୟପଟେ କୃଷ୍ଣଚନ୍ଦ୍ର ମେଡିକାଲ ଷ୍ଟୋର ମାଲିକଙ୍କ ତରଫରୁ ୧୫ ହଜାର ଟଙ୍କା ,ବ୍ରହ୍ମପୁର ୨ ନଂ ୱାର୍ଡର ପୂର୍ବତନ କର୍ପୋରେଟର ଉଦ୍ଧବ ବିଷୋୟୀ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି ।ସେହିପରି ରକ୍ ଷ୍ଟାର କେ ତରୁଣ ଙ୍କ ବିବାହ ବାଷିକ ଅବସରରେ ସେ ୨୫ଶହ ଟଙ୍କା ପ୍ରଦାନ କରିଛନ୍ତି । ସେହିପରି କିନ୍ନର ମହାସଂଘ ପକ୍ଷରୁ ୩ ହଜାର ଟଙ୍କା ପ୍ରଦାନ କରିଛନ୍ତି । କିନ୍ନର ମହାସଂଘ ପକ୍ଷରୁ ଅଧିକ ସହାୟତା ଯୋଗାଇଦେବେ ବୋଲି ସଂଘ ତରଫରୁ ମତ ପ୍ରକାଶ କରିଛନ୍ତି । ଅନ୍ୟପଟେ ଖୁବ ଶିଘ୍ର ଶିବଶଙ୍କରଙ୍କୁ ପ୍ଲାଷ୍ଟିକ ସର୍ଜରୀ କରି ଭଲ କରିବା ନିମନ୍ତେ ଟିମ୍ କ୍ଲିନସିଟି ବ୍ରହ୍ମପୁର ତରଫରୁ ଆର୍ଥିକ ସହାୟତା ନିମନ୍ତେ ଅହରହ ଚେଷ୍ଟା ଜାରୀ କରିବା ସହ ଟିମର ମେମ୍ବର ମାନେ ପ୍ରତିଦିନ ଶିବଶଙ୍କର ଙ୍କ ତଦାରଖ କରୁଛନ୍ତି । ଶିବଶଙ୍କର ବ୍ରହ୍ମପୁର ବଡ ମେଡିକାଲର ସର୍ଜରୀ ବିଭାଗର ୩୩୭ ନଂ ବେଡରେ ଚିକିତ୍ସିତ ହେଉଛନ୍ତି ।ଶିବଶଙ୍କରଙ୍କ ଚିକିତ୍ସା ନିମନ୍ତେ ସମସ୍ତ ଦିଗରୁ ସହାୟତାର ସୁଅ ଛୁଟିବାରେ ଲାଗିଥିବା ବେଳେ ତାଙ୍କୁ ସେବା ଓ ଆର୍ଥିକ ସହାୟତା ପ୍ରଦାନ କରୁଥିବା ବ୍ୟକ୍ତି, ତାଙ୍କ ଉତ୍ତମ ଚିକିତ୍ସା ନିମନ୍ତେ ଅହରହ ଉଦ୍ୟମଜାରୀ ରଖିଥିବା ବ୍ୟକ୍ତିମାନେ ହିଁ ପ୍ରକୃତ ହିରୋ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ