“ଡାର୍ଲିଂ’ରେ ନୂଆ ଯୋଡ଼ି

ଖୁବ ଶୀଘ୍ର ରିଲିଜ୍ ହେବାକୁ ଯାଉଥିବା ଓଡ଼ିଆ ସିନେମା “ଡାର୍ଲିଂ’ରେ ଦର୍ଶକ ଏକ ନୂଆ ଯୋଡିକୁ ଭେଟିବେ । ସେମାନେ ହେଲେ ବରଦାପ୍ରସନ୍ନ ଜେନା-ସୁଶ୍ରୀ । ଏହି ସିନେମାରେ ନବାଗତ ବରଦାପ୍ରସନ୍ନ ଜେନା ନାୟକ ଭୂମିକାରେ ଅବତୀର୍ଣ ହୋଇଛନ୍ତି ଏବଂ ସୁଶ୍ରୀ ନାୟିକା ସାଜିଛନ୍ତି । ସୁଶ୍ରୀଙ୍କୁ ଦର୍ଶକ ଆଗରୁ ହେଲା ଫିଲ୍ମରେ ଦେଖିବାକୁ ପାଇଚନ୍ତି । ଏତଦବ୍ୟତୀତ ଉତ୍ତମ ମହାନ୍ତି, ପ୍ରଦ୍ୟୁମ୍ନ ଲେଙ୍କା, ଅସିତ ପତି, ପୀୟୁଷ ଏବଂ ପିଣ୍ଟୁ ନନ୍ଦ ପ୍ରମୁଖ ଅଭିନୟ କରିଛନ୍ତି । ଜଣାଶୁଣା ସଂଳାପକାର ରଜନୀରଞ୍ଜନ ଏହାର ସଂଳାପ ଲେଖିଥିବା ବେଳେ ସଂଗୀତକାର ଦୀପକ କୁମାର ଏଥିରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । “ଡାର୍ଲିଂ’ର କାହାଣୀର ମୂଳରେ ରହିଛି ଏକ ମୋଟର ସାଇକଲ୍ । ଫିଲ୍ମର ହିରୋର ସବୁଠୁ ପ୍ରିୟ ହେଉଛି ତାର ମୋଟର ସାଇକଲ୍ । ସେ ଏକ ଅଫିସ୍ ରେ କାମ କରେ । ଦିନେ ନାୟକ ଅଫିସ୍ ଆଗରେ ନିଜର ମୋଟର ସାଇକଲ୍ ଟି ରଖି କାମ କରୁଥାଏ । କିଛି ସମୟ ପରେ ଅଫିସ୍ ସମ୍ମୁଖରେ ଜଣେ କର୍ପୋରେଟର୍ ଙ୍କର ହତ୍ୟା ହୁଏ । ହତ୍ୟାକାରୀ ନାୟକର ମୋଟର ସାଇକଲ୍ ଧରି ଫେରାର ହୋଇଯାଏ । ତେବେ ନାୟକ କିପରି ତାର ଅତି ପ୍ରିୟ ମୋଟର ସାଇକଲକୁ ଫେରି ପାଇବାରେ ସଫଳ ହୁଏ ଏବଂ ତା’ଭିତରେ କି ରହସ୍ୟ ରହିଛି ତାହା ଜାଣିବା ଲାଗି ଆପଣଙ୍କୁ ଫିଲ୍ମ “ଡାର୍ଲିଂ’ ରିଲିଜ୍ ହେବାଯାଏଁ ଅପେକ୍ଷା କରିବାକୁ ପଡ଼ିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ