ଶିବ ପାର୍ବତୀଙ୍କ ବିବାହ ଲାଗି ଦୁଲୁକୁଛି ମୁଗୁପୁର ଅଞ୍ଚଳ

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ସର୍ବ ପୁରାତନ ଶୈବ ପୀଠ ମୁଗୁପୁରର ଉତ୍ତରେଶ୍ୱର ମନ୍ଦିରରେ ଶୀତଳ ଷଷ୍ଠୀ ଉପଲକ୍ଷେ ଆଜି ଆନନ୍ଦ ଉଲ୍ଲାସ ମଧ୍ୟରେ ଆରମ୍ଭ ହୋଇଛି ଶିବ ପାର୍ବତୀଙ୍କ ବିବାହ ଉତ୍ସବ । ଅବହେଳିତ ଅବସ୍ଥାରେ ପଡିଥିବା ଏହି ଶୈବପୀଠକୁ ପୁରୁଦ୍ଧାର କରାଯିବାପରେ ପ୍ରଥମଥର ପାଇଁ ଶୀତଳ ଷଷ୍ଠୀ ଉତ୍ସବ ଆରମ୍ଭ କରାଯାଉଛି । ଏଥିପାଇଁ ମନ୍ଦିରକୁ ବିଭିନ୍ନ ଆଲୋକମାଳାରେ ସୁସଜ୍ଜିତ କରାଯିବା ସହିତ ସମଗ୍ର ଅଞ୍ଚଳକୁ ସୁଶସଜ୍ଜିତ କରାଯାଇଛି । ଆଜି ଅପରାହ୍ନରେ ଉତ୍ତରେଶ୍ୱର ମନ୍ଦିର ନିକଟରୁ ଭଗବାନ ଶିବଙ୍କୁ ଏକ ସୁସଜ୍ଜିତ ପାଲିଙ୍କିରେ ବସାଇ ବିଭିନ୍ନ ପ୍ରକାର ବାଦ୍ୟ, ଘଣ୍ଟ, ଘଣ୍ଟା ଓ ସୁସଜ୍ଜିତ ଆଲୋକ ସହ ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗର ଆତସବାଜିରେ ଏକ ବିରାଟ ଶୋଭାଯାତ୍ରା ଆରମ୍ଭ କରାଯାଇଛି । ଏହି ଶୋଭାଯାତ୍ରା ମୁଗୁପୁର, ବଳଭଦ୍ରପୁର, ହୀରାପୁର, ସର୍ବେଶ୍ୱରପୁର, କଣ୍ଠିଆଡି, ନୀଳାପୁର, ଆଡହୁରିଆ, ଜଶୋବନ୍ତପୁର, ପଞ୍ଚୁଗୋଛିଆ, ଟିକରା, ବରଡି, ବରେଶ୍ୱର, ତରଭା ପ୍ରଭୃତି ଗ୍ରାମ ପରିକ୍ରମା କରାଯାଉଛି । ଆଜି ବିଳମ୍ବିତ ରାତିରେ ପ୍ରଭୁ ଶିବଙ୍କ ଶୋଭାଯାତ୍ରା ମନ୍ଦିର ନିକଟରେ ପହଞ୍ଚିବାପରେ ବିବାହ ଉତ୍ସବ ଆରମ୍ଭ କରାଯିବ । ଏଥିଲାଗି ଆଜି ସମଗ୍ର ମୁଗୁପୁର ଅଞ୍ଚଳ କୋଳାହଳମୟ ହୋଇ ଉଠିଛି । ଆଖପାଖ ଗ୍ରାମରୁ ଦଶହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଉତ୍ତରେଶ୍ୱର ମନ୍ଦିର ପରିଚାଳନା କମିଟି ପକ୍ଷରୁ କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ