ଶିଭମ ଶିକ୍ଷାନୁଷ୍ଠାନରେ ଗଜନାନନଙ୍କ ପୂଜା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ଥାନୀୟ ଚିନ୍ତାମଣିଶ୍ୱରଠାରେ ଥିବା ଶିଭମ୍ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ଓ ମୁଗୁପୁର ସମାଚାରର ମିଳିତ ଆୟୋଜନରେ ବିଘ୍ନବିନାଶକ ଗଜାନନଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ନିର୍ଦ୍ଦେଶକ ତଥା ଗୁରୁଜୀ ମଦନ ମୋହନ ପାଢ଼ୀଙ୍କ ପୌରହିତ୍ୱରେ ଗଜାନନଙ୍କୁ ଆବାହନ କରିବା ସହିତ ସମ୍ବାଦପତ୍ର ମୁଗୁପୁର ସମାଚରର ସଦସ୍ୟସଦସ୍ୟା ଏବଂ ବିଦ୍ୟାର୍ଥୀ ଉପସ୍ଥିତ ରହିବା ସହିତ ଗଜାନନଙ୍କୁ ଆରାଧନା କରିଥିଲେ । ବିଶ୍ୱଶାନ୍ତି, ଭାତୃଭାବ ତଥା ରାଷ୍ଟ୍ରର ସର୍ବଦା ବିଘ୍ନବିନାଶକ ଗଣେଶ ମଙ୍ଗଳ କରନ୍ତୁ ବୋଲି ଉପସ୍ଥିତ ଅତିଥି ଭାବେ ଯୋଗଦେଇଥିବା ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ମତବ୍ୟକ୍ତ କରିଥିଲେ । ଶିଭମ ଅନୁଷ୍ଠାନର ବିଦ୍ୟାର୍ଥୀମାନେ ଶିକ୍ଷାନୁଷ୍ଠାନରେ ଉପସ୍ଥିତ ରହିବା ସହିତ ସମସ୍ତ ସାଜସଜା କରିଥିଲେ । ଶେଷରେ ବିଦ୍ୟାର୍ଥୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶିକା ଶଶିରେଖା ସାହୁ । ରିପୋର୍ଟ: ଅରବିନ୍ଦ ତ୍ରିପାଠୀ, ଉତ୍କଳ ବୁଲେଟିନ


