ଉତ୍କଳ ରତ୍ନ ବିଶ୍ୱନାଥ ମିଶ୍ର ଥିଲେ ବହୁ ବ୍ୟକ୍ତିତ୍ୱର ଅଧିକାରୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମହାନ ସ୍ୱାଧୀନତା ସଂଗ୍ରାମୀ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିପ୍ରାଣ କେନ୍ଦ୍ରୀୟ ବିଧାନ ପରିଷଦ ସଦସ୍ୟ ତଥା ପ୍ରଥମ ଓଡ଼ିଆ ବାରିଷ୍ଟର ସ୍ୱର୍ଗତଃ ବିଶ୍ୱନାଥ ମିଶ୍ରଙ୍କ ୯୦ତମ ଶ୍ରାଦ୍ଧବାଷିର୍କୀ ସ୍ଥାନୀୟ ରାଜଭବନ ସ୍ଥିତ ପ୍ରତିମୂର୍ତି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଳି ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ବାଗ୍ମୀ, ବରିଷ୍ଠ ସାମ୍ବାଦିକ ତଥା ଅଧ୍ୟକ୍ଷ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ପ୍ରଦ୍ୟୁମ୍ନ ଶତପଥୀଙ୍କ ସଂଯୋଜନା ଓ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ, ସମ୍ମାନିତ ଅତିଥି ଭାବେ ପୂଜ୍ୟପୂଜା ପ୍ରାଣ ଲକ୍ଷ୍ମୀଧର ବେହେରା ଉପସ୍ଥିତ ରହିବା ସହ ସ୍ୱର୍ଗତଃ ବିଶ୍ୱନାଥ ମିଶ୍ରଙ୍କ ବ୍ୟକ୍ତିତ୍ୱ ତଥା ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଆଇନ ବିଶାରଦ, କେନ୍ଦ୍ରୀୟ ବିଧାନ ପରିଷଦ ସଦସ୍ୟ ଭାବେ ତାଙ୍କର ବହୁମୁଖୀ ପ୍ରତିଭାର ସ୍ମୃତିଚାରଣ କରିଥିଲେ । ଶ୍ରୀଯୁକ୍ତ ଶତପଥୀ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ ଯେ, ଉତ୍କଳ ରତ୍ନ ବାରିଷ୍ଟର ବିଶ୍ୱନାଥ ମିଶ୍ର ଥିଲେ ଜଣେ ଦକ୍ଷ ଆଇନ ବିଶାରଦ, ସମାଜ ସଂସ୍କାରକ ଓ କର୍ମଠ ବ୍ୟବସ୍ଥାପକ । ଏହା ସହିତ ଓଡ଼ିଆ ଭାଷା, ସଂସ୍କୃତି ତଥା ମହାନ ସ୍ୱାଧୀନତା ସଂଗ୍ରାମର ଥିଲେ ଅଗ୍ରଣୀ ସାରଥୀ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ ଭାଷାପ୍ରାଣ ସୁରେନ୍ଦ୍ରନାଥ ଛୋଟରାୟ, ରମେଶ ପାତାଲସିଂହ, ପ୍ରବୀର ମହା\”ି, ଗିରିଜା ମହାପାତ୍ର, ନରେନ ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ