ଶୁଣିଲାନି ପ୍ରଶାସନ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ଶେରଗଡ଼, (ବିଭୁ ପ୍ରସାଦ ଦାସ): ଶୁଣିଲାନି ପ୍ରଶାସନ ଚାନ୍ଦା କରି ରାସ୍ତା ନିର୍ମାଣ ଓ ଅଲୋକି କରଣ କଲେ ଗ୍ରାମର ଯୁବକ ଏଭଳି ଘଟଣା ଦେଖବାକୁ ମିଳିଛି ମୁଖ୍ୟମନ୍ତ୍ରୀ
ଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ଅନ୍ତର୍ଗତ କୁଲାଗଡ଼ ଗ୍ରାମ ରେ | ଭୀଷଣ ବର୍ଷାହୋଇ ରାସ୍ତା ଧୋଇ ଯିବା ଫଳରେ ଗ୍ରାମ ର ଯୁବକ ମାନେ ସ୍ଥାନୀୟ ସରପଞ୍ଚ ଙ୍କୁ ରାସ୍ତା ମରାମତି ଓ ଅଲୋକି କରଣ ପାଇଁ ୧୫ ଦିନ ପୂର୍ବରୁ ଦାବି କରିଥିଲେ ।କାର୍ତ୍ତିକ ମାସରେ ମନ୍ଦିର କୁ ଯିବାକୁ ଶ୍ରଦ୍ଧାଳୁ ଅସୁବିଧାର ସମ୍ମୁଖନ ହେବେ ବୋଲି ଗ୍ରାମ ର ସ୍ୱେଚ୍ଛାସେବୀ ଯୁବକ ମାନେ ସରପଞ୍ଚ ଓ ବ୍ଲକ ପ୍ରଶାସନ ଙ୍କୁ ଜଣାଇ ଥିଲେ। ହେଲେ କେହି ଗୁହାରି ନ ଶୁଣିବାରୁ ବାଧ୍ୟ ହୋଇ ଗାଁ ଲୋକେ ଚାନ୍ଦା କରି ଅଲୋକି କରଣ କରିବା ସହ ରାସ୍ତା ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଲେ । ଗ୍ରାମର ଛାଞ୍ଚରା ଖଳା ଠାରୁ ଗୁଡ଼ି ବନ୍ଧ ଓ ନେଳିଆ ବନ୍ଧ ଠାରୁ ଗରୁଡେଶ୍ଵର ମନ୍ଦିର ପର୍ଯ୍ୟନ୍ତ ଅଲୋକି କରଣ କରି ମନ୍ଦିର ରାସ୍ତା ମରାମତି କରି ଉଦାହରଣ ସୃଷ୍ଟି କରିଛନ୍ତି ଗ୍ରାମର ଯୁବ ଗୋଷ୍ଠୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ