ବିଜେପି ନେତାଙ୍କ ପକ୍ଷରୁ କରୋନା ସଚେତନତା

ବନ୍ତ, (ଚାନ୍ଦିନୀ ମହାନ୍ତି) : କରୋନା ମୁକାବିଲା ସେବାକାର୍ଯ୍ୟର ୬୬ ଦିନରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ତଥା ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଧିନ ବେଲମଳା, ଗଭିଗଢିଆ ଓ କଣ୍ଟିଗଢିଆ ଆଦି ଗ୍ରାମର ଦଳିତ ପରିବାର ମାନଙ୍କୁ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବିଜେପି ନେତା ବଦ୍ରୀ ନାରାୟଣ ଧଳଙ୍କ ନେତୃତ୍ୱରେ ମାସ୍କ, ହାତଧୁଆ ସାବୁନ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ସାମାଜିକ ଦୂରତା ରକ୍ଷା କରାଯାଇ ଗ୍ରାମବାସୀ ମାନଙ୍କୁ କରୋନା ମହାମାରୀର ଭୟାବହତା ଓ ସେଥିରୁ ରକ୍ଷା ପାଇବା ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା । କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ନବ କିଶୋର ବଳ, ଯୁବନେତା ବନମାଳୀ ଜେନା, ରାଜୀବ ଲୋଚନ ସାହୁ, ପଦ୍ମ ଲୋଚନ ପାତ୍ର, ବସନ୍ତ ବାରିକ, ସିନାରାଣୀ ମିଶ୍ର, ବିଶ୍ୱନାଥ ନାୟକ, ଦେବାଶିଷ ବାରିକ, ଧନେଶ୍ୱର କର, ବାସୁଦେବ ବାରିକ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ