ଶ୍ରୀରାମ ମନ୍ଦିର ନିର୍ମାଣIର୍ଥେ ସମର୍ପଣ ନିଧି ସଂଗ୍ରହ ଅଭିଯାନ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅନ୍ତର୍ଗତ ଯଶିପୁର ତହସିଲର ରାମତିର୍ଥ ଠାରେ ପ୍ରଭୁ ରାମ ଚନ୍ଦ୍ରଙ୍କ ଭବ୍ୟ ଦିବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ନିମନ୍ତେ ସମର୍ପଣ ନିଧି ସଂଗ୍ରହ ଅଭିଯାନ ବାବା ଶ୍ରୀ ଶ୍ରୀ ବିରୁପାକ୍ଷେଶ୍ୱର ମହାଦେବ ମନ୍ଦିରରେ ପୂଜା ଅର୍ଚ୍ଚନା କରିବା ପରେ ଭାବ ଭକ୍ତି ପରିବେଶ ମଧ୍ୟରେ ଶୁଭାରମ୍ଭ ହୋଇ ଯାଇଛି l ଏହି ମହୋତ୍ସବ ରେ ବିଶ୍ୱ ହିନ୍ଦୁପରିଷଦର ଜିଲ୍ଲା କାର୍ଯ୍ୟକାରି ସଭାପତି ମଙ୍ଗଳୁରାମ ମହାନ୍ତଙ୍କ ସହ ଯଶିପୁର ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ ଓ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନରେନ୍ଦ୍ର ନାଥ ସାହୁଙ୍କ ସଂକଳ୍ପ ଆରାଧନା ପରେ ୧୦୮ ଜଣ ଶ୍ରୀରାମ ଭକ୍ତଙ୍କ ଏକ ମଟରସାଇକେଲ ଶେଭାଯାତ୍ରାକୁ କାର୍ଯ୍ୟକାରୀ ସଭାପତି ଗୌରୀକ ଧ୍ୱଜା ଦେଖାଇ ଆରମ୍ଭ କରିଥିଲେ l ଶେଭାଯାତ୍ରା ଆରମ୍ଭ ପୂର୍ବରୁ ବ୍ୟବସ୍ଥା ଅନୁସାରେ ନରେନ୍ଦ୍ର ନାଥ ସାହୁ ୭୦୦୭ ଟଙ୍କା, ଡା: ରଞ୍ଜନ ଶିଖର ୨୦୨୧ ଟଙ୍କା ଜିଲ୍ଲା ସଂଘ କାର୍ଯ୍ୟ ବାହକ ପ୍ରଦୀପ ବେହେରା ୩୩୩୩ ବ୍ୟାଙ୍କ ଚେକ ଆକାରରେ ଏବଂ ମୋୖଦି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସହଦେଵ ମହାନ୍ତ ନଗଦ ୧୦୦୦ ଟଙ୍କା ନିଧି ସମର୍ପଣ କରି ମହତ ଦାନର ଶୁଭାରମ୍ଭ କରିଥିଲେ l ଏହି ଶେଭାଯାତ୍ରାରେ ଯଶିପୁର ରରୁଆଁ ତହସିଲ ଅନ୍ତର୍ଗତ ସମସ୍ତ ଗ୍ରାମପଞ୍ଚାୟତର ଅଭିଯାନ ପ୍ରମୁଖ ଓ ନିଧି ପ୍ରମୁଖ ସହ ସଂଘପରିବାର ବିଜେପି ମଜଦୁର ସଂଘ ,ଶିଶୁମନ୍ଦିର ପରିବାର ଗୁରୁଜୀ ଗୁରୁମାଙ୍କ ସହ ଅନେକ ଶ୍ରୀରାମ ଭକ୍ତ ଅଂଶଗ୍ରହଣ କରିଥିଲେ l ଶେଭାଯାତ୍ରା ସମୟରେ ଶ୍ରୀରାମ ଜୟଧ୍ୱନିରେ ଜାତୀୟ ରାଜପଥ ୪୯ ଦେଇ ଯଶିପୁର ବଜାର ପରିକ୍ରମା ସହ ପଦ୍ମପୁର ଦୁର୍ଗା ମଣ୍ଡପ ଓ ପୁରୁଣା ବଜାର ଦୁର୍ଗା ମଣ୍ଡପ ପର୍ଯ୍ୟନ୍ତ ଯାଇଥିଲେ l ଏହି କାର୍ଯ୍ୟ କ୍ରମକୁ ସଫଳ କରିବାରେ ବିଧାୟକଙ୍କ ସହ ବିପିନ ବିହାରୀ ମହାନ୍ତ ,ବସନ୍ତ ମହାନ୍ତ ,ରଂଜିତ ରାମ ,ଚନ୍ଦନ କୁମାର ମହାନ୍ତ ,ଡା ରଞ୍ଜନ ଶିଖର ,ଲଳିତ କୁମାର ମହାନ୍ତ ,ଦିଲ୍ଲୀପ ନାଏକ ,ମାନସ ରଞ୍ଜନ ମହାନ୍ତ ,କାଳିଚରଣ ନାଏକ,ଦେବେନ୍ଦ୍ର ବାରିକ ,ଦେବେନ୍ଦ୍ର ପ୍ରସାଦ ,ରାଜୁ ରାମ ,ପୁର୍ଣ ଚନ୍ଦ୍ର ମୁର୍ମୁ ,ଦୟା ନିଧି ବେହେରା ,ମିତ୍ର ଭାନୁ ବେହେରା ,ରବୀନ୍ଦ୍ର ବେହେରା ଓ ବଜରଙ୍ଗ ଦଳ ର ପ୍ରଦୀପ କୁମାର ବେହେରା ,ଅରବିନ୍ଦ ସାହୁ , କଲ୍ୟାଣ ପାତ୍ର,ଦିପୁ ବେହେରା ,ତାପସ ପାତ୍ର , ସହ ଜିଲ୍ଲା ଆଡମିନ ପ୍ରଦୀପ ବେହେରା, ଅର୍ଥ ଜମାକାରୀ କାର୍ତିକ ଚନ୍ଦ୍ର ମହାନ୍ତ ,ସତ୍ୟନାରାୟଣ ମାଝୀ, ପ୍ରିୟନାଥ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ l ଏହି ଅଭିମାନ ର ଶୃଙ୍ଖଳା ଓ ସମରଶଯ୍ୟାକୁ ଗୁରୁତ୍ୱ ଦେଇ ମା ,ବିଧାୟକ ଜିଲ୍ଲା ପରିଷଦ ଉପଦ୍ଧକ୍ଷ ଜିଲ୍ଲାପାଳକ ଉପେନ୍ଦ୍ର ଭାଇ ,ଜୟା ନନ୍ଦଙ୍କ ସହ ପ୍ରଚାରକ ସତ୍ୟ ଭାଇ ମାର୍ଗ ଦର୍ଶନ କରିଥିଲେ l ପରିଶେଷରେ ନିର୍ମାଣ ହେବାକୁ ଥିବା ଭବ୍ୟ ଶ୍ରୀରାମ ମନ୍ଦିର ମାଧ୍ୟମରେ ଜାତି ଧର୍ମ ବର୍ଣ୍ଣ ନିର୍ଵି ଶେଷରେ ସମସ୍ତ ହିନ୍ଦୁ ମାନଙ୍କ ମଧ୍ୟରେ ଏକତା ରକ୍ଷା ପ୍ରସଙ୍ଗ ଉପସ୍ଥାନ କରି ସମସ୍ତ ଶ୍ରଦ୍ଧାଳୁ ଭକ୍ତଙ୍କ ଯଥା ଶକ୍ତି ସହଯୋଗ ନିଧି ଅର୍ପଣ କରିବାସହ ପ୍ରଭୁ ଶ୍ରୀରାମ ଙ୍କ କୃପାଲାଭ କରିବାର ସୁଯୋଗ ନେବାକୁ ବିଶ୍ୱ ହିନ୍ଦୁ ପରିଷଦ ର କାର୍ଯ୍ୟକାରୀ ସଭାପତି ମଙ୍ଗଳୁରାମ ମହାନ୍ତ ବିନମ୍ର ନିବେଦନ କରିବାସହ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ