ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍ଯାପିତ ହୋଇଯାଇଛି । ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି କ୍ରୀଡା ଉତ୍ସବକୁ ପ୍ରଥମ ଦିନରେ ପ୍ରଧ୍ୟାପକ ଡ.ଭଜମନ ବେହେରା କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । କ୍ରୀଡା ସାଂସଦର ଉପସଭାପତି ଆର୍.କେ. ସାମଲ ଓ ନିବେଦିତା ସାମଲ ପ୍ରମୁଖ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଦୁଇଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଚ୍ଚ ଡିଆଁ, ଲମ୍ବ ଡିଆଁ, ଡିସ୍ କୋସ ଥ୍ରୋ, ଯାଭାଲିଂ ଥ୍ରୋ, ୧୦୦ ମିଟର ଦୈଡ, ୨୦୦ ମିଟର ଦୈଡ, ମ୍ୟୁଜିକ ଚେୟାର, ରିଲେ ର୍ୟାସ ଇତ୍ୟାଦି ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉଦ୍ଯାପନୀ ଦିନରେ ମହାବିଦ୍ୟାଳୟର ଶିକ୍ଷା ଓ ଅଣଶିକ୍ଷା କର୍ମଚାରୀମାନଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ଦିନ ଅନୁଷ୍ଠିତ ହୋଇଥିବା ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜିଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଯୋଗଦେଇ ପ୍ରତ୍ୟେକ ଛାତ୍ରଛାତ୍ରୀ ଖେଳୁଆଡ ମନଭାବ ରଖି ଖେଳିବା ଆବଶ୍ୟକ ଏବଂ ଉତ୍ତମ ଅଭ୍ୟାସ ଦ୍ୱାରା ଜଣେ କ୍ରୀଡା କ୍ଷେତ୍ରରେ ମଧ୍ୟ ନିଜକୁ ବେସ ପରିଚିତ କରାଇପାରିବ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ । ପରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଉଦ୍ଯାପନୀ କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷା ପ୍ରଧ୍ୟାପକ ପ୍ରଫେସର ଗାୟତ୍ରୀ ଦେବୀ, ପ୍ରଫେସର ଇନ୍ଦୁଭୂଷଣ ସାହୁ, ଅଧ୍ୟାପକ ବୈାଲଚୋନ ବେହେରା, ଡ. ଜିତେନ୍ଦ୍ର ନାଥ ପଟ୍ଟନାୟକ, ଡ. ଆର୍.କେ. ଭୂୟାଁ, ପ୍ରମୁଖ ଉପସ୍ଥିତଥିବାବେଳେ ଏହି ସମସ୍ତ କାର୍ଯ୍ୟକ୍ରମକୁ କ୍ରୀଡା ଅଧ୍ୟାପକ ବାଉରୀ ବନ୍ଧୁ ମହନ୍ତ ପରିଚାଳନା କରିଥିଲେ ।


