ଭାରସାମ୍ୟ ହରାଇ କେନାଲକୁ ଖସିଲା ଡିଜେ ଗାଡି

ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ଥାନା ଅଧିନ ବନ୍ତ-ବାରିକପୁର ରାସ୍ତାର କୁମ୍ଭାରସାହି ଛକ ନିକଟରେ ଶନିବାର ବିଳମ୍ବିତ ରାତ୍ରରେ ଏକ ଡିଜେ ଗାଡି ବିବାହ କାର୍ଯ୍ୟ ସାରି ଫେରୁଥିବା ବେଳେ ଭାରସାମ୍ୟ ହରାଇ କେନାଲ ଭିତରକୁ ଖସି ପଡିବା ସହ ରାସ୍ତା ପାଶ୍ୱର୍ରେ ଥିବା ବିଦ୍ୟୁତ୍ ତାରକୁ ଛିଣ୍ଡାଇ ଦେଇଥିବା ଜଣାଯାଇଛି । ଫଳରେ ଗତକାଲି ରାତି ଠାରୁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍ ଲାଇନ୍ ନଥିବା ଦେଖାଯାଇଥିଲା । ଉକ୍ତ ଗାଡିଟି ବସନ୍ତିଆ ଅଞ୍ଚଳର ହୋଇଥିବା ବେଳେ ଗତକାଲି ଷଠିପୁର ଅଞ୍ଚଳକୁ ଏକ ବିବାହ କାର୍ଯ୍ୟରେ ଯାଇ ରାତିରେ ଫେରୁଥିବା ବେଳେ ଏପରି ଦୁର୍ଘଟଣା ଘଟିଥିବା ଜଣାଯାଇଛି । ଖବର ପାଇ ପୋଲିସ ପହଂଚିବା ପରେ ଗାଡି ମାଲିକ ଆସି କ୍ରେନ୍ ସାହାଯ୍ୟରେ ଗାଡିଟିକୁ କେନାଲ ଭିତରୁ ଉଠାଇଥିବା ଜଣାଯାଇଛି । ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ