ଶ୍ରେଷ୍ଠ ବିଡ଼ିଓ ରୂପେ ସମ୍ମାନିତ

ଗଂଜାମ, (ବିନୋଦ ପଲାଇ) :-ଗଂଜାମ ବ୍ଳକ ବିଡିଓ ତଥା ବିଶିଷ୍ଟ ପରିବେଶବିତ ବିଶ୍ୱଜିତ ରାୟ ଜିଲ୍ଲାର ଶ୍ରେଷ୍ଠ ବିଡ଼ିଓ ରୂପେ ସମ୍ମାନିତ ହୋଇଛନ୍ତି । ସାଧାରଣତନ୍ତ୍ର ଦିବସ ଅବସରରେ ଛତ୍ରପୁର ଷ୍ଟାଡିୟମରେ ଜିଲ୍ଲାପ୍ରଶାସନ ତରଫରୁ ଆୟୋଜିତ ଜିଲ୍ଲାସ୍ତରୀୟ ସମାରୋହରେ ରାଜ୍ୟ ସରକାରଙ୍କ ଶିଶୁ କଲ୍ୟାଣ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇ ସମ୍ମାନିତ କରିଛନ୍ତି । ସ୍ଥାନୀୟ ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ,ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ଅତିଥି ରୂପେ ଯୋଗଦେଇଥିଲେ । ବିଡ଼ିଓ ରାୟଙ୍କୁ ତାଙ୍କର କାର୍ଯ୍ୟଦକ୍ଷତା, ଉନ୍ନୟନ କାର୍ଯ୍ୟ ଓ ବିଶେଷ କରି ପରିମଳ ଉପରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ସମ୍ମାନ ପାଇବା ପରେ ଗଂଜାମ ବ୍ଳକ ଅଞ୍ଚଳରେ ଆନନ୍ଦର ଲହରୀ ଖେଳି ଯାଇଥିବା ବେଳେ କର୍ମଚାରୀ, ଲୋକପ୍ରତିନିଧି, ସାମ୍ବାଦିକ, ଶୁଭେଛୁ ଓ ବିଭିନ୍ନ ବର୍ଗର ଲୋକେ ଶୁଭେଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ