ଶ୍ରେଷ୍ଠ ମହିଳା ସରପଂଚ ଭାବେ ତନୁଲତା ବାରିକ ସମ୍ବର୍ଦ୍ଧିତ
ନାଉଗାଁ,(ପ୍ରଦୋଶ ମହାନ୍ତି): ଆର୍ନ୍ତଜାତୀୟ ମହିଳା ଦିବସ ଅବସରରେ ମହିଳା ସରପଂଚମାନଙ୍କୁ କାଦମ୍ବିନୀ ପତ୍ରିକା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ସମାଜସେବା ପାଇଁ ଶ୍ରେଷ୍ଠ ମହିଳା ସରପଂଚମାନଙ୍କୁ ଅଧିକ ପ୍ରେରଣା ଓ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଘୋଡାଂଶ ଗ୍ରାମପଂଚାୟତର ମହିଳା ସରପଂଚ ତନୁଲତା ବାରିକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ପତ୍ରିକାର ସମ୍ପାଦିକା ଡଃ. ଇତି ସାମନ୍ତଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ କିଟ୍ ଓ କିସ୍ର ପ୍ରତିଷ୍ଟାତା, ବିଶିଷ୍ଟ ଶିକ୍ଷାବିତ୍ ତଥା ସାଂସଦ ଡଃ. ଅଚ୍ୟୁତ ସାମନ୍ତ ଯୋଗ ଦେଇ ସରପଂଚ ଶ୍ରୀମତୀ ବାରିକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।


