ଷ୍ଟାଫ ସିଲେକସନ ନିଯୁକ୍ତିରେ ଦୁର୍ନୀତିର ସିବିଆଇ ତଦନ୍ତ ଦାବୀରେ ଭାଜପା ଯୁବମୋର୍ଚା ପକ୍ଷରୁ ଶୋଭାଯାତ୍ରା ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ ଓଡିଶା ଷ୍ଟାଫ ସିଲେକସନ ନିଯୁକ୍ତି ପ୍ରକ୍ରିୟା ରେ ଲାଞ୍ଚ ନେଇ କିରାଣୀ ବିରଞ୍ଚି ସାହୁ ଧରା ପଡିବା ପରେ ଏବେ ରାଜ୍ୟ ତଥା ଜିଲ୍ଲା ରାଜନୀତି ସରଗରମ, ବିରୋଧୀ ବିଜେପି ଓଡିଶା ଓଡିଶା ଷ୍ଟାଫ ସିଲେକସନ ସିଲେକସନ ଦୁର୍ନୀତି ରେ ସମ୍ପୃକ୍ତ ଶାସକ ଦଳର ବଡ ବଡିଆ, ଓଡିଶା ଷ୍ଟାଫ ସିଲେକସନ ର ବରିଷ୍ଠ ଅଧିକାରୀ ଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରିବାକୁ ଦାବୀ କରି ରାଜ୍ୟ ବିଜେପି ଯୁବମୋର୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଙ୍କ ନିର୍ଦେଶ କ୍ରମେ କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଚନ୍ଦ୍ର ଶେଖର ନାୟକ ଙ୍କ ନେତୃତ୍ୱ ରେ ବାଲିଗୁଡା ଯୁବ ମୋର୍ଚ୍ଚା ମଣ୍ଡଳ ସଭାପତି ଦେବାଶିଷ ମିଶ୍ର,ଜିଲ୍ଲା ଯୁବମୋର୍ଚା ଉପ ସଭାନେତ୍ରୀ କୁସୁମୀ ପ୍ରଧାନ,ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ସନ୍ତୋଷ ରେଡି , କୋଟଗଡ ମଣ୍ଡଳ ସଭାପତି ସିଏଚ.ପ୍ରକାଶ ସୁବୁଦ୍ଧି, ଉପ ସଭାପତି ବାଲେଶ୍ୱର ନାୟକ ସମେତ ବହୁ ବିଜେପି ଯୁବ ମୋର୍ଚ୍ଚା କର୍ମୀ ଓ ନେତା ଯୋଗ ଦେଇ କୋଟଗଡ ମଣ୍ଡଳର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କରୋନା କଟକଣା କୁ ଦୃଷ୍ଟି ରେ ରଖି ହାତରେ ବ୍ୟାନର ଧରି ସମଗ୍ର ସହର ଶୋଭାଯାତ୍ରା କରିବା ସହ କୋଟଗଡରେ ମୁଖ୍ୟମନ୍ତ୍ରୀ ଙ୍କୁ ଭତ୍ସନା କରିବା ସହ କୁଶପୁତ୍ତଳିକା ଦାହ କରିଥିଲେ, ହେଲେ କୋଟଗଡ ପୁଲିସ ଏସ ବିକ୍ରମ ଦେହୁରୀ ଙ୍କ ନେତୃତ୍ୱ ରେ ପୁଲିସ ଟିମ ମୁଖ୍ୟମନ୍ତ୍ରୀ ଙ୍କ କୁଶପୁତ୍ତଳିକା ନିଆ କୁ ଲିଭାଇଦେଇଥିଲେ |କୋଟଗଡ ରେ ଏପରି ଭାଜପା ର କାର୍ଯ୍ୟକ୍ରମ କୁ ପୋଲିସ ର ବିରୋଧ ପ୍ରଦର୍ଶନ କୁ ନିନ୍ଦା କରିଛନ୍ତି କନ୍ଧମାଳ ଜିଲ୍ଲା ଯୁବମୋର୍ଚା ପ୍ରଭାରୀ ନାରାୟଣ କର୍ମୀ ଓ ଜିଲ୍ଲା ଯୁବମୋର୍ଚା ସଭାପତି ଗୋଲକ କହଁର ଓ କୋଟଗଡ ଭାଜପା ଯୁବମୋର୍ଚା |


