ସୁଧାର ଗୃହରେ ରହିଲା ମାନସିକ ରୋଗଗ୍ରସ୍ତ ମହିଳା

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ତାକରଡା ଗ୍ରାମରେ ଦୀର୍ଘ ଦିନ ଧରି ଜଣେ ମାନସିକ ରୋଗଗ୍ରସ୍ତ ମହିଳା ରାସ୍ତା କଡରେ ରହି ଆସୁଥିବା ବେଳେ ସ୍ବେଚ୍ଛାସେବୀ ସଂଗଠନ ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମହିଳା ଜଣଙ୍କୁ ଉଦ୍ଧାର କରି ଗୋପାଳପୁରରେ ପ୍ରତିଷ୍ଠିତ ସରକାରୀ ସେବାଶ୍ରମ “ସୁଧାର ଗୃହ” ରେ ଛାଡିଥିବା ଜଣାପଡିଛି। ଜଣେ ଅଜଣା ମାନସିକ ରୋଗଗ୍ରସ୍ତ ମହିଳା ତାକରଡା ଗ୍ରାମରେ ବିଭିନ୍ନ ଲୋକଙ୍କ ବାରଣ୍ଡାରେ ରହି ଆସୁଥିଲେ। କେହି ମୁଠେ ଖାଇବାକୁ ଦେଲେ ଖାଇଲେ, ନହେଲେ ଭୋକରେ ଶୋଇଲେ। ଏହିପରି ଜଣେ ଅସହାୟ ମହିଳାଙ୍କୁ କେତେକ ଅସାମାଜିକ ବ୍ୟକ୍ତି ଖରାପ କାର୍ଯ୍ୟ କରିବାକୁ ମଧ୍ୟ ପଛେଇ ନଥିଲେ। ଏହି ଖବର ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ, ଓଡିଶା ( ଗଞ୍ଜାମ ) ଜାଣିବା ପରେ ସଂଗଠନର ସଦସ୍ୟ ବୃନ୍ଦ ତାକରଡା ଗ୍ରାମରେ ପହଞ୍ଚି ମହିଳା ଜଣଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲ କୁ ନେଇ ମହିଳା ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଗୋପାଳପୁର ସରକାରୀ ସୁଧାର ଗୃହରେ ଛାଡିଥିବା ଜଣାପଡିଛି। ଟ୍ରଷ୍ଟର ଏହିପରି କାର୍ଯ୍ୟକୁ ଅଞ୍ଚଳର ବୁଦ୍ଧିଜୀବୀ ବୃନ୍ଦ ଉଚ୍ଚ ପ୍ରଶଂସା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ