ସଂଗ୍ରାମ କେଶରୀ ମହାପାତ୍ରଙ୍କ 2ଟି ପୁସ୍ତକ ଉନ୍ମୋଚିତ  

ଭୁବନେଶ୍ୱର,  (ଯୁଗାବ୍ଦ ନ୍ୟୁଜ) :-ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ସ୍ୱନାମଧନ୍ୟ ଲେଖକ ତଥା ଖୋର୍ଦ୍ଧା ଜିଲ୍ଲାପାଳଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଲିଖିତ 2ଟି ପୁସ୍ତକର ଶୁଭ ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକ ଦୁଇଟି ହେଉଛି ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ସାହିତ୍ୟିକ ତଥା ଜ୍ଞାନପୀଠ ବିଜେତା ପଦ୍ମବିଭୂଷଣ ଶ୍ରୀ ସୀତାକାନ୍ତ ମହାପାତ୍ରଙ୍କ ଆତ୍ମଜୀବନୀର ଇଂରାଜୀ ଅନୁବାଦ ‘ମାଇଁ ଫାର୍ଷ୍ଟ ଥାର୍ଟି ଫାଇଫ୍ ଇଅର୍ସ ‘( My First Thirty Five Years ) ଏବଂ ଲେଖକଙ୍କ ସ୍ୱରଚିତ ଓଡିଆ ପୁସ୍ତକ -“ଗାଁରେ ସେହି ସବୁ ଦିନ” ।ପ୍ରଥମ ପୁସ୍ତକଟି ନୂଆଦିଲ୍ଲୀର ‘ଅଥର୍ସ ପ୍ରେସ୍’ ଦ୍ୱାରା ଏବଂ ଦ୍ୱିତୀୟଟି କଟକର ‘ବିଜୟ ବାର୍ତ୍ତା’ ପ୍ରକାଶନ ସଂସ୍ଥା ତରଫରୁ ପ୍ରକାଶିତ ହୋଇଛି । ପୁସ୍ତକ ଦୁଇଟିର ଉନ୍ମୋଚନ କାର୍ଯ୍ୟକ୍ରମରେ  ଲେଖକଙ୍କ ଧର୍ମପତ୍ନୀ  ଶ୍ରୀମତୀ ଧରିତ୍ରୀ ମହାପାତ୍ର ମଧ୍ୟ ଉପସ୍ଥିତଥିଲେ । ପ୍ରକାଶ ଥାଉକିଲେଖକ ଶ୍ରୀ ମହାପାତ୍ର, ଜଗତସିଂହପୁର ଜିଲ୍ଲାପାଳ ଥିବାବେଳେ ତାଙ୍କ  ଲିଖିତ ଅନ୍ୟ ଏକ ପୁସ୍ତକ ‘ସୁନ୍ଦରଗଡ ଡାଏରୀ’ ମଧ୍ୟ ଗତବର୍ଷ ମାନ୍ୟବର ରାଜ୍ୟପାଳଙ୍କ କରକମଳରେଉନ୍ମୋଚିତ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ,  ପୂର୍ବରୁ ଶ୍ରୀ ମହାପାତ୍ରଙ୍କ ଲିଖିତ 5ଟି  କ୍ଷୁଦ୍ର ଗଳ୍ପ ସଂକଳନ, ଗୋଟିଏ ଉପନ୍ୟାସ,2ଟି ଜନଜାତି କବିତା ସଂକଳନ, 2ଟି ଅନୁବାଦ ଓ 2ଟି ଅନ୍ୟାନ୍ୟ ରଚନା ପ୍ରକାଶପାଇ ପାଠକୀୟ ଆଦୃତି ଲାଭ କରିଛି । ଉପରୋକ୍ତ ପୁସ୍ତକ ଦୁଇଟିର ପ୍ରକାଶନ ଅବସରରେ ଲେଖକ ଶ୍ରୀ ମହାପାତ୍ରଙ୍କୁ  ବୁଦ୍ଧିଜୀବୀ ତଥା ସାହିତ୍ୟିକମାନଙ୍କ ମହଲରୁ ଶୁଭେଚ୍ଛା ଜ୍ଞାପନ ପୂର୍ବକ ତାଙ୍କର ଲେଖକୀୟ ଜୀବନର ଉତ୍ତରୋତ୍ତର ଉନ୍ନତି କାମନା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ