ସଂପୃକ୍ତ ଅଧିକାରୀଙ୍କ ବହିଷ୍କାର ଦାବି କଲା କଂଗ୍ରେସ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ଗତକାଲି ନାଉଗାଁ ବ୍ଳକ ଅନ୍ତର୍ଗତ ଓଷକଣା ପଂଚାୟତରେ ପ୍ରାଣୀଧନ ଚିକିତ୍ସାଧିକାରୀ ଡାକ୍ତର ରାଜା ଉଦୟଭାନୁ ରାଉତ ଓ ତାଙ୍କ ସହିତ ୨ଜଣ ମହିଳା ନିର୍ବାଚନ ପ୍ରଚାର କରୁଥିବା ସ୍ଥାନୀୟ ଲୋକ ବିଡିଓ ରଶ୍ମିରେଖା ମଲ୍ଲିକଙ୍କୁ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ବ୍ଳକ ପ୍ରଶାସନ ପକ୍ଷରୁ ସଂପୃକ୍ତ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଯାହାକୁ ନେଇ ବ୍ଳକ କଂଗ୍ରେସ ପକ୍ଷରୁ ଗୁରୁବାର ବ୍ଳକ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ବ୍ଳକ କଂଗ୍ରେସ ସଭାପତି ନିରଂଜନ ବେହୁରାଙ୍କ ନେତୃତ୍ୱରେ ଆୟୋଜିତ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ଉପସଭାପତି ବିଚିତ୍ରାନନ୍ଦ ଲେଙ୍କା, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରସନ୍ନ ପରିଡା,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦୁଃଶାସନ ନାୟକ, ବାଂଶର ପୂର୍ବତନ ସରପଂଚ ସଚ୍ଚିଦାନନ୍ଦ ପରିଡା, ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଅଲିଭା ସ୍ୱାଇଁ, ରାଜ୍ୟ ଛାତ୍ର କଂଗ୍ରେସର ଉପସଭାପତି ସୁନିଲ ମାଟିଆ, ଜିଲ୍ଲା ଯୁବ କଂଗ୍ରେସ ସାଧାରଣ ସଂପାଦକ ରଶ୍ମୀରଂଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ତ୍ରିସ୍ତରୀୟ ନିର୍ବାଚନୀ କାର୍ଯ୍ୟ ଚାଲୁ ରହିଥିବା ବେଳେ ଉକ୍ତ ବ୍ଳକର ପ୍ରାଣୀଧନ ଚିକିତ୍ସାଧିକାରୀ ଡାକ୍ତର ରାଜା ଉଦୟଭାନୁ ରାଉତ, ତାଙ୍କ ସହକର୍ମୀ ଓ ମିଶନ ଶକ୍ତିର କର୍ମଚାରୀଙ୍କ ସହିତ ନାଉଗାଁ ବ୍ଳକ ବିଜେଡି ଦଳର ମହିଳା ନେତ୍ରୀ ରଂଜୁଲତା ମୁଦୁଲିଙ୍କୁ ସରକାରୀ ଗାଡିରେ ଆଣି ଶାସକ ଦଳର ସମଥିତ ପ୍ରାର୍ଥୀଙ୍କ ପାଇଁ ସରକାରଙ୍କ ତରଫରୁ ମାଛ, କୁକୁଡା ଓ ଗାଈ ଆଦି ସ୍ୱୟଂ ସହାୟୀକା ଦଳ ମାଧ୍ୟମରେ ଋଣ ପ୍ରଦାନ କରାଯିବ ବୋଲି ପ୍ରଲୋଭନ ଦେଖାଇଥିଲେ । ଏପରିକି ସରକାରୀ ଗାଡି ମଧ୍ୟରୁ ପ୍ରାର୍ଥୀଙ୍କ ପ୍ରଚାରପତ୍ର ମିଳିଥିବା ଅଭିଯୋଗ କରାଯାଇଥିଲେ ମଧ୍ୟ ବ୍ଳକ ଓ ପୋଲିସ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଉକ୍ତ ପଂଚାୟତରେ ନିର୍ବାଚନ କମିଶନରଙ୍କ ଦ୍ୱାରା ଜାରି ହୋଇଥିବା ଆଚରଣ ବିଧିକୁ ଖୁଲମଖୁଲା ଉଲଘଂନ କରାଯାଇଛି । ସଂପୃକ୍ତ ପ୍ରାଣୀଧନ ଚିକିତ୍ସାଧିକାରୀଙ୍କୁ ବହିଷ୍କାର କରା ନ ଗଲେ ଆଗାମୀ ଦିନରେ ବ୍ଳକ କଂଗ୍ରେସ ପକ୍ଷରୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନାତ୍ମକ ପ୍ରତିବାଦ କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ